ଜମି ଠକେଇ, ଯୁବକ ଗିରଫ

ଭୁବନେଶ୍ୱର: ଜମି ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଜଣକ ହେଲା ବଡ଼ଗଡ଼ ପୋଡ଼ା ସାହିର କାଳୁ ଓରଫ ଆଶୁତୋଷ ମହାନ୍ତି (୨୬)। ପୁଲିସ ସୂଚନା ଅନୁଯାୟୀ ବଡ଼ଗଡ଼ ପୋଡ଼ା ସାହିର ରାମଚନ୍ଦ୍ର ମହାନ୍ତି, ତାଙ୍କ ପୁଅ ଆଶୁତୋଷ ଓ ହଂସପାଳରେ ରହୁଥିବା ଭାଣେଜୀ ମିଶି ଗତ ବର୍ଷ ଅକ୍ଟୋବରରେ ଏକ ଜମି ବିକ୍ରି କରିଥିଲେ। ତାଙ୍କ ପରିବାରର ୪ଗୁଣ୍ଠ ଜମିରେ ଅନ୍ୟ ୩ଭାଇ ଅଶୋକ, ଅମୂଲ୍ୟ ଓ ଶ୍ରୀଧରଙ୍କର ମାଲିକାନା ସତ୍ୱ ଥିଲେ ମଧ୍ୟ ଆଶୁତୋଷ ଅସାଧୁ ଉପାୟରେ ଜମିଟିକୁ ବିକ୍ରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜମି ବିକ୍ରି ବେଳେ ବିଭିନ୍ନ ନକଲି କାଗଜ ଲଗାଇ ଏହାକୁ ବିକ୍ରି କରିଥିଲେ। ଏନେଇ ଅଶୋକ ମହାନ୍ତି ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର