ଦେଶର ସବୁଠାରୁ ବଡ଼ ଏତଲା! ୪ଦିନ ହେଲାଣି ଲେଖୁଛି ପୁଲିସ, ଶେଷ ହେବାକୁ ଲାଗିବ ଆହୁରି ୩ଦିନ

କାଶୀପୁର(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର କାଶୀପୁର କୋତଓ୍ଵାଲିରେ ଦେଶର ସବୁଠାରୁ ବଡ଼ ଏତଲା ଲେଖାଯାଉଥିବା ଜଣା ପଡ଼ିଛି । ରିପୋର୍ଟ ଲେଖା ଆରମ୍ଭ ୪ଦିନ ପୂର୍ବରୁ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଶେଷ ହୋଇ ନାହିଁ । ତେବେ ଏହାକୁ ଶେଷ କରିବା ପାଇଁ ଆହୁରି ୨-୩ଦିନ ସମୟ ଲାଗିବ ବୋଲି ଜଣା ପଡ଼ିଛି । ଏହି ମାମଲାଟି ଅଟଳ ଆୟୁଷ୍ମାନ ଯୋଜନା ସହ ଜଡ଼ିତ ଥିବା ସୂଚନା ମିଳିଛି । ଏହି ଘୋଟାଲାରେ ସାମିଲ ଥିବା ଦୁଇଟି ବଡ଼ ଡାକ୍ତରଖାନା ବିରୋଧରେ ପୁଲିସ ଏତଲା ଲେଖୁଥିବା ଏହା ଏବେ ତାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଲିସ ଟାଇପ୍‌ କରୁଥିବା ସପ୍ଟେଓ୍ଵରର କ୍ଷମତା ୧୦,୦୦୦ଶବ୍ଦରୁ ଅଧିକ ନଥିବାରୁ ପୁଲିସକୁ ଏତଲା ହାତରେ ଲେଖିବାକୁ ପଡ଼ୁଛି । ଯାହା ପାଇଁ ଏତେ ଦିନ ଲାଗୁଥିବା ଜଣା ପଡ଼ିଛି ।

Image result for writing
British Council Learn English

ସୂଚନା ମୁତାବକ, ଅଟଳ ଆୟୁଷ୍ମାନ ଯୋଜନା ଆଧାରରେ ରାମନଗରରେ ଥିବା ଏମ୍‌ପି ହସ୍ପିଟାଲ ଓ ତହସିଲ୍‌ ରୋଡରେ ଥିବା ଦେବକୀ ନନ୍ଦନ ହସ୍ପିଟାଲ କରିଥିବା ଘୋଟାଲାକୁ ସାମ୍ନାକୁ ଆଣିଥିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌ । ନିୟମ ଉଲ୍ଲଂଘନ କରି ଏହି ଦୁଇ ଡାକ୍ତରଖାନାର ସଞ୍ଚାଳକ ରୋଗୀମାନଙ୍କର ନକଲି ବିଲ୍‌ ଦେଖା ଟଙ୍କା ଆଣିଥିବା ସାମ୍ନାକୁ ଆସିବା ପରେ ଦୁଇ ଡାକ୍ତରଖାନା ବିରୋଧରେ ଏତଲା ଲେଖିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର