ଘରେ ଖାଇବାକୁ ନ ଥିବାରୁ ଦୋକାନରୁ ଚୋରି କଲେ ଯୁବକ,ଆର୍ଥିକ ପରିସ୍ଥିତି ବିଷୟରେ ଜାଣି ଚୋର ଘରକୁ ଗହମ ଏବଂ ଟଙ୍କା ପଠାଇଲେ ପୁଲିସ ଅଧିକାରୀ

ଶେୟୋପୁର(ମଧ୍ୟପ୍ରଦେଶ) : “ଘରେ ଅନେକ ପ୍ରକାରର ସମସ୍ୟା ରହିଥିଲା । ଖାଇବା ପାଇଁ ଟଙ୍କାଟିଏ ନଥିଲା । ପରିବାରର ସଦସ୍ୟମାନଙ୍କୁ ଖାଇବାକୁ ଦେବାକୁ ମୁଁ ଅସମର୍ଥ ଥିଲି । ଏଭଳି ପରିସ୍ଥିତିରେ ମୁଁ କ’ଣ କରିବି ବୋଲି ଭାବି ନ ପାରି ଚୋରି କରିବାକୁ ମନସ୍ଥ କରିଥିଲି। ସେଥିପାଇଁ ପାଖରେ ଥିବା ଏକ ଦୋକାନର ପଛପଟ ସାବଳରେ ଭାଙ୍ଗି ମୁଁ କିଛି ଟଙ୍କା ଏବଂ ୯୫ଟି ମୋବାଇଲ ଚୋରି କରିଥିଲି।”

Vecteezy

ଚୋରି କରି ଧରାପଡ଼ିବା ପରେ ଏଭଳି ଦୁଃଖଭରା କାହାଣୀ କହିଥିଲା ଅଭିଯୁକ୍ତ । ଚୋରି କରିବା ପରେ ମୁଁ ଯାହା କରିଛି ଭୁଲ ବୋଲି ଜାଣି ଅଭିଯୁକ୍ତ ଜଣକ ଚୋରି କରିଥିବା ୩୬୦ଟଙ୍କାରୁ କିଛି ଟଙ୍କାରେ ଗାଈକୁ ଖାଇବାକୁ ଦେବା ସହ ବାକି ୨୬୦ଟଙ୍କା ସନ୍ଥମାନଙ୍କୁ ଦେଇଥିଲି ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲେ ଅଭିଯୁକ୍ତ ବ୍ରିଜେଶ । ଏହା ସହ ଚୋରି କରିଥିବା ୯୫ଟି ମୋବାଇଲକୁ ଏକ ଜାଗାରେ ପୋତି ଦେଇଥିବା ସେ ପୁଲିସକୁ ଜଣାଇଥିଲେ । ପ୍ରଥମେ ଅଭିଯୁକ୍ତ ବ୍ରିଜେଶଙ୍କ କଥା ପୁଲିସ ବିଶ୍ୱାସ କରି ନଥିବା ବେଳେ ତଦନ୍ତ ପରେ ବ୍ରିଜେଶ କହିଥିବା କଥାଗୁଡ଼ିକ ସତ ବୋଲି ପୁଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତଙ୍କର ଚୋରି କରିବା ପଛର ପ୍ରକୃତ କାରଣ ଜାଣିବା ପରେ ପୁଲିସ କର୍ମଚାରୀ ଜଣଙ୍କ ଅଭିଯୁକ୍ତକୁ ଗିରଫ କରିବା ସହ ଅଭିଯୁକ୍ତର ପରିବାର ଲୋକଙ୍କ ଚଳିବା ପାଇଁ ଗହମ ଏବଂ କିଛି ଟଙ୍କା ଦେଇଥିଲେ ।

ସମ୍ବନ୍ଧିତ ଖବର