ସୋ’ରୁମ୍‌ରୁ ଲୁଟିଲେ ଲେଡି ଲୁଟେରା, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ଭୁବନେଶ୍ବର: ଜଣେ ଲେଡି ଲୁଟେରା ଅଭିନବ ଉପାୟରେ ସୋରୁମ୍‌ରୁ ଲୁଟିଛନ୍ତି। ସୋରୁମ୍‌ ଚାରିପଟେ ସିସିଟିଭି ଥିଲେ ବି କର୍ମଚାରୀଙ୍କୁ ଚକ୍‌ମା ଦେଇ ପାଉଁଜି ଲୁଟି ନେଇଥିଲେ। ଏଭଳି ଘଟଣା ଘଟିଛି ଜନପଥ ସ୍ଥିତ ଶିବଶାନ୍ତି ଜୁଏଲାରୀରେ। ଏନେଇ ଜୁଏଲାରୀ ମାଲିକ ରାଜ କିଶୋର ପଣ୍ଡା ଥାନାରେ ଅଭିଯୋଗ କରିଛିନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମହିଳା ଜଣକ ଗହଣା କିଣିବା ପାଇଁ ଜୁଏଲାରୀକୁ ଆସିଥିଲେ। କର୍ମଚାରୀଙ୍କ ନିକଟକୁ ଯାଇ ଭିନ୍ନ ଭିନ୍ନ ଡିଜାଇନ୍‌ର ଗହଣା ଦେଖାଇବାକୁ କହିଥିଲେ। ତେବେ ତାଙ୍କ କଥାବାର୍ତ୍ତା ଓ ପୋଷାକରୁ କେହି ଜଣେ ଲୁଟେରା ବୋଲି ଠଉରେଇ ପାରି ନ ଥିଲେ। କିଛି ସମୟ ଗହଣା ଦେଖିବା ପରେ ସୁଯୋଗ ପାଇ ପାଉଁଜି ଧରି ସେଠାରୁ ଚମ୍ପଟ ମାରିଥିଲେ। ରାତିରେ ଯାଞ୍ଚ ବେଳେ ଷ୍ଟକ୍‌ରେ ପାଉଁଜି ଚୋରି ସମ୍ପର୍କରେ ଜଣାପଡ଼ିଥିଲା। ସିସିଟିଭି ଯାଞ୍ଚ କରିବାରୁ ଘଟଣା ପଦାକୁ ଆସିଥିଲା। ଏନେଇ ଜୁଏଲାରୀ ପକ୍ଷରୁ ତୁରନ୍ତ ପୁଲିସକୁ ଜଣାଇଦିଆଯାଇଥିଲା। ଖବରପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଲୁଟେରାକୁ ଧରିବା ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର