ବିଜୁଳି ମାରିବାର ଦୃଶ୍ୟକୁ ମୋବାଇଲରେ କୈଦ୍‌ କରିବା ମହଙ୍ଗା ପଡ଼ିଲା, ଉଡ଼ିିଗଲା ଯୁବକଙ୍କ ପ୍ରାଣବାୟୁ

ଚେନ୍ନାଇ: ଚେନ୍ନାଇରେ ମୋବାଇଲରେ ଫଟୋ ଉଠାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟକ୍ତିଙ୍କ ନାମ ଏଚ୍‌.ଏମ୍‌ .ରମେଶ ଓ ବୟସ ୪୩ବର୍ଷ ପାଖାପାଖି ହୋଇଥିବା ଅନୁମାନ କରାଯାଇଛି।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଜଣକ ବୁଧବାର ତାଙ୍କ ମୋବାଇଲରେ ଫଟୋ ଉଠାଉଥିଲେ। ଏହି ସମୟରେ ବିଜୁଳି ମାରିବା ଥିଲା। ସେ ଏହି ବିଜୁଳିର ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରିବାକୁ ଯାଉଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଥିଲା। ଏହି ଘଟଣା ତାମିଲନାଡ଼ୁର ଥିରୁ ଭିଲ୍ଲାର ଜିଲ୍ଲାରେ ଘଟିଛି। ସନ୍ନାମପୁକ୍କୁଲାମଠାରେ ବନ୍ଧୁଙ୍କ ସ୍ରିମ୍ପ ଫାର୍ମକୁ ଏଚ୍‌.ଏମ୍‌ .ରମେଶ ବୁଲିଆସିଥିଲେ। ଅପରାହ୍ନ ୩ଟା ୩୦ ମିନିଟ ସମୟରେ ହଠାତ୍‌ ବିଜୁଳି ମାରୁଥିଲା। ଏହି ଦୃଶ୍ୟକୁ ମୋବାଇଲରେ କୈଦ୍‌ କରିବାକୁ ଯାଉଥିବା ସମୟରେ ପୁଣି ଏକ ବିଜୁଳି ମାରିଥିଲା। ଯେଉଁଥିରେ ତାଙ୍କ ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ବନ୍ଧୁ ତୁରନ୍ତ ରମେଶଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ପୁଲିସ ରମେଶଙ୍କ ମୃତଦେହକୁ ପୋନେରି ସରକାରୀ ହସ୍ପିଟାଲକୁ ପଠାଇଥିଲା। ମୃତ ରମେଶର ୩୮ ବର୍ଷୀୟା ପତ୍ନୀ ଉମା ଏବଂ ଜିୟା ନାମକ ୧୩ ବର୍ଷର ଝିଅ ଅଛି। ଏହି ଘଟଣାପରେ ତିରୁଭଲ୍ଲାର ଜିଲ୍ଲାରେ ପୁଲିସ ଜନସାଧାରଣଙ୍କୁ ବିଜୁଳି ମାରୁଥିବା ସମୟରେ ଫଟୋ ନ ଉଠାଇବାକୁ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର