ଲୁଟ୍‌ ଅଭିଯୋଗରେ ୨ ଗିରଫ

ଖଣ୍ଡଗିରି: ଲୁଟ୍‌ପାଟ୍‌ କରୁଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ୨ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପାତ୍ରପଡ଼ା ଉଦୟଗିରି ବିହାରରେ ରହୁଥିବା ଜଟଣୀ ଥାନା ଅରଗୁଳୁର ଆଦିତ୍ୟ ପ୍ରସାଦ ସାହୁ(୨୦) ଓ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୨ରେ ରହୁଥିବା ଆନ୍ଧ୍ରପ୍ରଦେଶ ଇଛାପରୁମ୍‌ର ବୃନ୍ଦାବନ ରେଡ୍ଡୀ(୨୫)। ପୁଲିସ ସେମାନଙ୍କଠାରୁ ୪ଟି ଚୋରା ମୋବାଇଲ୍‌ ଫୋନ୍‌ ଏକ ବାଇକ୍‌(ଓଡି୩୩କ୍ୟୁ-୨୦୩୬) ଜବତ କରିଛି। ସୂଚନାନୁସାରେ କେଳାଥିଆରେ ରହୁଥିବା ଝାରସୁଗୁଡ଼ା ବନ୍ଧବାହାଲର ମୁକେଶ ମଣ୍ଡଳ ଗତ ରାତିରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଠିଆ ହୋଇ ମୋବାଇଲ୍‌ରେ ଗପୁଥିବାବେଳେ ଅଭିଯୁକ୍ତଦ୍ୱୟ ହଠାତ୍‌ ତାଙ୍କଠାରୁ ମୋବାଇଲ୍‌ ଝାମ୍ପି ନେଇ ପଳାଉଥିଲେ। ଏହି ସମୟରେ ଅନ୍ୟ ଜଣେ ବାଇକ୍‌ ଆରୋହୀ ତାଙ୍କୁ ପିଛା କରି ଅଟକାଇବାରେ ସକ୍ଷମ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକେ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର