ମହିଳାଙ୍କୁ ଆକ୍ରମଣ କରି ଲୁଟ୍‌, ୩ ଗିରଫ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଇଁଷାଖାଲବସ୍ତିର ବି. ଲିଙ୍ଗରାଜ ରାଓ(୨୦), ବୁଦ୍ଧନଗର ଅଞ୍ଚଳର ବିଶ୍ୱଜିତ ପଣ୍ଡା (୨୧) ଓ ପୋଖରୀପୁଟ ଅଞ୍ଚଳର କେଶବ ରଣା(୧୯)। ୧୩ ତାରିଖ ରାତିରେ ସତ୍ୟନଗର ଅଞ୍ଚଳର ସୁମିତ୍ରା ତ୍ରିପାଠୀ ନାମକ ଜଣେ ମହିଳା ସତ୍ୟନଗରରୁ ଏ-୧ସ୍ଥିତ ଘରକୁ ଫେରୁଥିବା ବେଳେ ଲିଙ୍ଗରାଜ ଓ ବିଶ୍ୱଜିତ ତାଙ୍କୁ ଧକ୍କା ମାରି ଭ୍ୟାନିଟି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଏନେଇ ସୁମିତ୍ରା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର