ନିଶା ଦେଇ ଲୁଟି‌ଲେ, ରାସ୍ତାକଡ଼ରେ ଫିଙ୍ଗିଲେ

ଖଣ୍ଡଗିରି: ଶନିବାର ରାଜଧାନୀର ରାଜରାସ୍ତାରୁ ପୁଣି ଜଣେ ନିଶାଦିଆ ଲୁଟେରାଙ୍କ ଶିକାର ପାଲଟିଥିବା ସଂଜ୍ଞାହୀନ ଯୁବକଙ୍କୁ ପୁଲିସ ଉଦ୍ଧାର କରିଛି। ସେ ହେଲେ ଯାଜପୁର ବାଲିଚନ୍ଦ୍ରପୁର ଥାନା ବିକ୍ରମତିରଣ ଗାଁର ନୀଳକଣ୍ଠ ପରିଡ଼ାଙ୍କ ପୁଅ ସୁଶାନ୍ତ (୨୫)। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସଂଜ୍ଞା ଫେରି ନଥିବାରୁ ଲୁଟେରାମାନେ ତାଙ୍କଠାରୁ କଣ ସବୁ ଲୁଟିନେଇଛନ୍ତି, ସେ ବାବଦରେ ସୂଚନା ମିଳିପାରିନାହିଁ। ସୂଚନାନୁସାରେ ସୁଶାନ୍ତ ବେଙ୍ଗାଲୁର୍‌ରେ କାମ କରନ୍ତି। ଶୁକ୍ରବାର ରାତିରେ ସେ ପ୍ରଶାନ୍ତି ଏକ୍‌ସପ୍ରେସ୍‌ରେ ଭୁବନେଶ୍ବର ଫେରିଥିଲେ। ଆଜି ସକାଳୁ ସେ ବସ୍ ଯୋଗେ ଘରକୁ ଫେରିବାର ଥିଲା। କିନ୍ତୁ କେହି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ଲୁଟିବା ପରେ ଭୁବନେଶ୍ବର କ୍ଲବ୍ ନିକଟରେ ଫିଙ୍ଗି ଦେଇଥିଲେ। ଆଜି ସକା‌ଳୁ ପୁଲିସ ତାଙ୍କୁ ବେହୋସ୍ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭିର୍ତି କରିଥିଲା। ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ଓ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ତାଙ୍କ ଚିକିତ୍ସା ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର