ମାଛ ବେପାରୀଙ୍କଠୁ ଲୁଟ୍‌, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ୱର ପାଟଣାଠାରେ ଜଣେ ମାଛ ବ୍ୟବସାୟୀଙ୍କଠୁ ଲୁଟ୍‌ ହୋଇଛି। ଏନେଇ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ଶ୍ରୀଲିଙ୍ଗରାଜ ଥାନା ଅଧୀନ ହୁଡ଼ା ଭୋଇ ସାହିର ପୂର୍ଣ୍ଣ ମଣ୍ଡଳ (୩୫)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମେଣ୍ଵର ପାଟଣା ଛକରେ ଉମା ବେହେରା ନାମକ ଜଣେ ମହିଳା ମାଛ ବ୍ୟବସାୟ କରୁଥିଲା। ପୂର୍ଣ୍ଣ ଉମାଙ୍କ ୫ହଜାର ଟଙ୍କା ଛଡ଼େଇ ନେଇ ପଳାଇଥିଲା। ଏନେଇ ଉମା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୂର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର