ନିଶା ଦେଇ ଲୁଟିଲେ

ଖଣ୍ଡଗିରି: ଆଜି ପୁଣି ନିଶାଦିଆ ଲୁଟେରାମାନେ ଜଣେ ଯୁବକଙ୍କୁ ଲୁଟିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ଆଠଗଡ଼ ରଗଡ଼ିପଡ଼ାର ଶ୍ରୀକାନ୍ତ ସାହୁ। ସେ ପୁନେରୁ କୋଣାର୍କ ଏକ୍‌ସପ୍ରେସ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ ଓ ଭୁବନେଶ୍ୱର ଷ୍ଟେସନରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ଆଜି ତାଙ୍କୁ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ନିକଟରୁ ଉଦ୍ଧାର କରାଯାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ପକ୍ଷରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର