ଲୁଟ୍‌ ଉଦ୍ୟମ ବିଫଳ: ଜଣେ ଲୁଟେରାଙ୍କୁ ଧରିଲେ ମହିଳା, ଅନ୍ୟ ଜଣେ ଫେରାର

ଭୁବନେଶ୍ୱର: ମଂଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନିରେ ଶନିବାର ଲୁଟେରାଙ୍କୁ ଧରିବାରେ ଜଣେ ମହିଳା ସଫଳ ହୋଇଛନ୍ତି। ରିପୋର୍ଟ ଅନୁସାରେ ମହିଳା ଜଣକ ଏକାକୀ ଚାଲି ଚାଲି ଆସୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଲୁଟ ଉଦ୍ୟମ କରିଥିଲେ। ଲୁଟେରାମାନେ ମହିଳାଙ୍କ ଠାରୁ ଚେନ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣେ ଲୁଟେରାଙ୍କୁ ଧରି ପକାଇଥିଲେ।

ଜିଜିପି କଲୋନିର ମଳୟ ବିହାରରେ ଘଟିଥିବା ଘଟଣା ପରେ ସ୍ଥାନୀୟ ଲୋକଙ୍କର ଭିଡ଼ ହୋଇଥିଲା। ଲୁଟେରାକୁ ଧରିବା ବେଳେ ମହିଳା ଧସ୍ତାଧସ୍ତି ଯୋଗୁଁ ଆହତର ସମ୍ମୁଖୀନ ହୋଇଛନ୍ତି। ଜଣେ ଲୁଟେରା ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର