ମନ୍ଦିରରୁ ଲୁଟ୍‌ କରି ଯୁବକ ଅଟକ

ପୁରୁଣା ଭୁବନେଶ୍ୱର: ବ୍ରହ୍ମେଶ୍ୱର ପାଟଣା ଛକସ୍ଥିତ ଭାସ୍କରେଶ୍ୱର ମନ୍ଦିରର ପୁରାତନ ମୂର୍ତ୍ତି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ମନ୍ଦିରରେ ଥିବା ଶ୍ରୀକୃଷ୍ଣଙ୍କ ଏକ ପିତ୍ତଳ ମୂର୍ତି, ବାଲ୍‌ଟି, ଗରା ଆଦି ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି  ଏଭଳି ଚୋରି କରି ନେଇଛନ୍ତି। ଏ ନେଇ ମନ୍ଦିର ପୂଜକ ଥାନାରେ ଏତଲା ଦେବା ପରେ ବଡ଼ଗଡ଼ ଥାନା ପୁଲିସ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖିଛି।

ସମ୍ବନ୍ଧିତ ଖବର