ବନମାଳିପୁର କଲେଜ ତାଲା ଭାଙ୍ଗି ଲୁଟ୍‌ : ସନ୍ଧାନୀ କୁକୁର ଓ ସାଣ୍ଟିଫିକ ଟିମ୍‌ ସହ ପୁଲିସ୍‌ର ତଦନ୍ତ

0 47

ବାଲିପାଟଣା : ବନମାଳିପୁର ଜୁନିଅର କଲେଜରେ ତାଲା ଭାଙ୍ଗି ଅଫିସର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ଲୁଟ୍‌ ହୋଇଥିବା କଲେଜ ଅଧୢକ୍ଷ କଲ୍ୟାଣ କୁମାର ପଣ୍ତା ବନମାଳିପୁର ଫାଣ୍ତିରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ପୁଲିସ୍‌ ସନ୍ଧାନୀ କୁକୁର ଓ ସାଣ୍ଟିଫିକ୍‌ ଟିମ ସହ କଲେଜରେ ତଦନ୍ତ ଜୋରଦାର କରିଛି। ଅଧୢକ୍ଷଙ୍କ ଅଭିଯୋଗ ମୁତାବକ ଗତ ଶନିବାର ରାତିରେ କଲେଜର କମ୍ପ୍ୟୁଟର ଓ ଅଫିସ ରୁମ୍‌ର ଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ କମ୍ପ୍ୟୁଟର୍‌ ଭଙ୍ଗାରୁଜା କରିଥିଲେ। ଏଥିସହ କଲେଜର ରେଜିଷ୍ଟର, କର୍ମଚାରୀମାନଙ୍କ ନିଯୁକ୍ତି ସ˚ପର୍କିତ ନଥିପତ୍ର, କ୍ୟାସବୁକ୍‌, ଡିସିଆର, ରସିଦ ବହି ଆଦି ଲୁଟି ନେଇଛନ୍ତି। ଅଧୢକ୍ଷ ଓ ବଡ଼ବାବୁଙ୍କ ଡ୍ର ସହ ଆଲମିରା ଭାଙ୍ଗି ଲକର୍‌ରେ ଥିବା ୮୨ହଜାର ୪ଶହ ଟଙ୍କା, ବ୍ୟାଙ୍କ ଚେକ ବହି ଓ ପାସ୍‌ବୁକ ଆଦି ଲୁଟି ନେଇଥିବା ଅଧୢକ୍ଷ ଶ୍ରୀ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.