ବାଲିଅନ୍ତା : ପାହାଳ ଫାଣ୍ଡି ଅନ୍ତର୍ଗତ ଜାହୋଳ ରାସ୍ତାରେ ଆଜି ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ୨ଜଣ କର୍ମଚାରୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟ୍ ହୋଇଛି। ଦୁଇଜଣ ଦୁର୍ବୃତ୍ତ ବାଇକ୍ ଧକ୍କା କରି ସେମାନଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର କର୍ମଚାରୀଦ୍ୱୟ ହେଲେ, ସୁବାସ ସାହୁ ଏବଂ ମୃତ୍ୟୁଞ୍ଜୟ ବିଶ୍ୱାଳ। ଏତଲାରେ ଉଲ୍ଲେଖ ଅଛି ଯେ ସେମାନେ ଆଜି ଜୋହୋଳ ଗ୍ରାମ ମହିଳା ମଣ୍ଡଳରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଦୁର୍ବୃତ୍ତଦ୍ୱୟ ତାଙ୍କୁ ଧକ୍କା ଦେଇ ଟଙ୍କା ଲୁଟି ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଡିଏ କଲୋନିରୁ ଲୁଟ୍
ଚନ୍ଦ୍ରଶେଖରପୁର : ବିଡିଏ କଲୋନି, ଚନ୍ଦ୍ରଶେଖରପୁର ଏମ୍ଆଇଜି ୧ ବ୍ଲକ୍ ୩ରେ ରହୁଥିବା ମହିଳା ନସିମ୍ ବେଗମ୍ଙ୍କ ଘରୁ ଆଜି ଲୁଟ୍ ହୋଇଛି। ନସିମ୍ ଘରେ ନଥିବା ବେଳେ ଲୁଟେରାମାନେ ତାଙ୍କ ଘର ତାଲା ଭାଙ୍ଗି ଲୁଟ୍ କରିଛନ୍ତି। ଦିନ ପ୍ରାୟ ୨ଟା ବେଳକୁ ସେ ଘରକୁ ଫେରି ତାଲା କଟା ଯାଇଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଲୁଟେରାମାନେ ତାଙ୍କ ଆଲମାରିରୁ ଗୋଟିଏ ସୁନା ଲକେଟ୍, ଚେନ୍ ଓ କାନ ଫୁଲ, ୨୦ ହଜାର ନଗଦ ଟଙ୍କା ସମେତ କିଛି ଦରକାରୀ କାଗଜପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ତାଙ୍କ ଘର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି।