ଘରେ ପଶି ଚୋରି, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ରାତି ଅଧରେ ଘରେ ପଶି ସୁନା ଓ ଟଙ୍କା ଚୋରି କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ନୟାଗଡ଼ ନୂଆଗାଁର ସନ୍ତୋଷ ସାହୁ (୨୧)। ସେ ପାଣ୍ଡବନଗର କୁଶପଡ଼ିଆ ବସ୍ତିରେ ରହେ। ପୁଲିିସ ସୂଚନା ଅନୁଯାୟୀ, ଗତ ମେ’ ୧୧ ତାରିଖ ମଧ୍ୟ ରାତିରେ ସନ୍ତୋଷ ବ୍ରହ୍ମେଶ୍ୱର ପାଟଣା ପ୍ଲଟ୍‌ ନଂ ୬୯୨ରେ ରହୁଥିବା ରଞ୍ଜନ ରାଉତଙ୍କ ଘରେ ପଶି ସୁନା ଓ ୫୦ ହଜାର ଟଙ୍କା ଚୋରି କରିଥିଲା। ଗତକାଲି ଟଙ୍କପାଣି ଚିଲିପୋଖରୀ ନିକଟରେ ପୁଲିସ ପାଟ୍ରୋଲିଂ ବେଳେ ସନ୍ତୋଷ ପାଖରୁ ୨ଟି ରୁପା କଏନ୍‌ ଓ ୨ଟି ସୁନା ରିଙ୍ଗ୍‌ ଜବତ କରିଥିଲା। ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର