ମୋବାଇଲ୍‌ ଦୋକାନରୁ ‌ଚୋରି, ଦୁଇ ଗିରଫ

ଭୁବନେଶ୍ବର: ଗତ ୮ ତାରିଖ ରାତିରେ ଦ ମୋବାଇଲ ଜୋନ୍‌ରୁ ହୋଇଥିବା ଚୋରି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜ‌ଣେ ଅଭିଯୁକ୍ତ ମୟୂରଭଞ୍ଜ ଯଶିପୁର ଥାନା ଅଧୀନ ଜମକିଶରର କେଦାର ହେମ୍ବ୍ରମ୍‌ ଓ ଅନ୍ୟଜଣେ ଖଣ୍ଡଗିରିର ରାଜେଶ ପରିଡ଼ା ବୋଲି ଜଣାପଡ଼ିଛି। ମୋବାଇଲ ଦୋକାନରୁ ୩୫ରୁ ଊର୍ଦ୍ଧ୍ବ ମୋବାଇଲ ଚୋରି ହୋଇଥିବା ବେଳେ ତାଙ୍କଠାରୁ ୬ଟି ଜବତ କରାଯାଇଛି। ସୂଚନା ମୁତାବକ, ନୟାପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌-୬/୨୫୯ରେ ବିଶ୍ବରଞ୍ଜନ ମହାପାତ୍ରଙ୍କର ଦ ମୋବାଇଲ ଜୋନ୍‌ ନାମକ ଏକ ମୋବାଇଲ ଦୋକାନ ରହିଛି। ଗତ ୮ ତାରିଖ ରାତିରେ ସର୍ଟର୍ ତାଡ଼ି ଏମାନେ ମୋବାଇଲ ନେଇ ଯାଇଥିଲେ। ଉଭୟଙ୍କର ଆଉ ଜଣେ ସହଯୋଗୀ ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର