ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍‌ ଓ ମୋବାଇଲ୍‌ ଲୁଟ୍‌

ଭୁବନେଶ୍ବର: ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଗୌରୀ ଜୁଏଲାରିରୁ ଲୁଟ୍‌ ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଏକାମ୍ରବିହାର ନିକଟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍‌ ଓ ମୋବାଇଲ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା  କିଶୋର ଦାସ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ସମୟରେ କିଶୋର କୌଣସି ଏକ କାମରେ ସାଲିଆସାହି ଆସିଥିଲେ। ସେ ଏକାମ୍ର ବିହାର ନିକଟରେ ଯାଉଥିବା ସମୟରେ ୩ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଜଣେ ଯୁବକ ଅଣ୍ଟାରୁ ବନ୍ଧୁକ କାଢ଼ି ତାଙ୍କ ମୁଣ୍ଡରେ ଲଗାଇଥିଲା। ଆଉ ସେଠାରୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ମାରି ବାଇକ ଓ‌ ମୋବାଇଲ୍‌ ଛଡ଼ାଇ ନେଇଥିଲେ। କିଶୋର ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପ୍ରକାଶ ଥାଉ କି, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଇନ୍ଦ୍ରଧନୁ ମାର୍କେଟ୍‌ର ମା’ଗୌରୀ ଜୁଏଲାରି ମାଲିକ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ  ଗହଣା ବ୍ୟାଗ୍‌ ରଖି ସଟର୍‌ ବନ୍ଦ କରୁଥିଲେ। ଏହ ସମୟରେ ସେଠାରେ ବୁଲୁଥିବା ଜଣେ ଯୁବକ ସେମାନଙ୍କ ଅନ୍ୟମନସ୍କତାର ସୁଯୋଗରେ ବ୍ୟାଗ୍‌କୁ ନେଇଯାଇଥିଲା।

ସମ୍ବନ୍ଧିତ ଖବର