ଡକାୟତି ଯୋଜନା ୫ ଗିରଫ: ଖଣ୍ଡା, କଟୁରି, ଲୁହାରଡ୍ ଜବତ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା କେନାଲ ରୋଡରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳର ଅଜୁ ବର୍ଦ୍ଧନ, ବନଫୁଲ ବସ୍ତିର ବାପି ନାୟକ, ହେମନ୍ତ ପ୍ରଧାନ ଓରଫ୍ ଟିକିଆ, ନରେଶ୍ ରାଉତ ଓରଫ୍ ନାରୁ ଏବଂ ଶିଖରଚଣ୍ଡୀ ସାହିର ଟିକି ଖାନ୍। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ଖଣ୍ଡା, ଭୁଜାଲି, କଟୁରି ଓ ଲୁହାରଡ୍ ଜବତ କରିଛି। ପୁଲିସ ସୂଚନା ଅନୁସାରେ, କେନାଲ ବନ୍ଧର କୌଣସି ଏକ ସ୍ଥାନରେ ଗିରଫ ଅଭିଯୁକ୍ତମାନେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୁଲିସ ପାଟ୍ରୋଲିଂ ବେଳେ ସେମାନଙ୍କୁ ଧରିଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିବା ସହ ଗିରଫ ୫ ଜଣଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର