ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ୱର: ଲୁଟ୍‌ପାଟ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ସେ ହେଲା, ୟୁନିଟ୍‌-୩ ଶାନ୍ତିନଗର ବସ୍ତିର ଗଣେଶ ରାଓ (୩୦)। ଗତ ଜୁଲାଇ ମାସରେ ସସ୍ମିତା ରାଉତ ନାମକ ଜଣେ ମହିଳା ମସ୍‌ଜିଦ୍‌ କଲୋନିରୁ କାମ ସାରି ପ୍ରେସ୍‌ କଲୋନିସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଗଣେଶ ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲା। ଏନେଇ ମହିଳାଜଣଙ୍କ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି ପୁଲିସ ଗଣେଶକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର