ଲୁଟେରା ଗିରଫ, ଟଙ୍କା ଓ ମୋବାଇଲ ଜବତ

0 52

ଭୁବନେଶ୍ୱର: ଜଣେ ମହିଳାଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟ୍‌ କରିଥିବା ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ଜଣେ ଯୁବକକୁ ଗିରଫି କରିଛ। ପୁଲିସ ତା ନିକଟରୁ ଲୁଟ୍‌ ହୋଇଥିବା ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରିଛି। ତା ନାଁ ଡି ମୋହନ ପାତ୍ର(୨୬), ଘର ଜୟଦେବ ବିହାର ବସ୍ତିରେ। ସୂଚନାନୁଯାୟୀ ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ  ସୁନିତାରାଣୀ ପଟ୍ଟନାୟକ ନାମକ ଜଣେ ମହିଳା ଶିଶୁଭବନ ଛକରୁ ରାଜମହଲ ଆସୁଥିଲେ। ଏକ ନମ୍ବର ମାର୍କେଟ ପାଖରେ ଏକ ନମ୍ବର ନଥିବା ସ୍କୁଟିରେ ଆସି ମୋହନ ସୁନିତାଙ୍କ ଭ୍ୟାନିଟି ବ୍ୟାଗ୍‌ଟି ଝାମ୍ପି ନେଇଥିଲା। ବ୍ୟାଗ୍‌ରେ ନଗଦ ଟଙ୍କା, ମୋବାଇଲ ଫୋନ୍‌ ଓ କିଛି ମୂଲ୍ୟବାନ ଜିନିଷ ଥିଲା। ଏନେଇ ସୁନିତା କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ମଙ୍ଗଳବାର ମୋହନର ଜୟଦେବ ବିହାରସ୍ଥିତ ଘରେ ଅଚାନକ ଚଢ଼ଉ କରି ତାକୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେ ପୁଲିସ ଆଗରେ ଲୁଟ୍‌ ସଂପର୍କରେ ସ୍ୱୀକାର କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.