ଲୁଟେରା ଗିରଫ, ସୁନାଚେନ୍‌ ଜବତ

ଭୁବବନେଶ୍ୱର: ଜଣେ ମହିଳଙ୍କଠାରୁ ସୁନାଚେନ୍‌ ଲୁଟ୍‌ କରିଥିବା ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତା ନିକଟରୁ ଲୁଟ୍‌ ହୋଇଥିବା ସୁନାଚେନ୍‌ ଜବତ କରିଛି। ତା ନାଁ ଅନିଫ ଖାଁ (୩୮)। ଘର ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ। ଗତ ମାସ ୨୪ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଖାରବେଳନଗର ଥାନା ଅଧୀନରେ ଥିବା ହାଉସିଂବୋର୍ଡ କଲୋନିରେ ରହୁଥିବା ଆରତି ସିଂ ଓ ତାଙ୍କ ସ୍ୱାମୀ ବାଇକ୍‌ରେ ଯାଉଥିବା ସମୟରେ ଅନିଫ ଏକ ନମ୍ବର ନଥିବା ଗାଡ଼ିରେ ଆସି ଆରତିଙ୍କ ସୁନାଚେନ ଝାମ୍ପି ନେଇଥିଲା। ଏନେଇ ଆରତି ଖାରବେଳନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିବାରୁ ସେ ପୁଲିସ ଆଗରେ ସବୁ ସତକଥା ମାନି ଯାଇଥିଲା।

ସମ୍ବନ୍ଧିତ ଖବର