ଲକ୍ଷ୍ମୀସାଗରରୁ ଲୁଟେରା ଗିରଫ

ଏକୁଟିଆ ଲୁଟିଥିଲା କୋଟିଏରୁ ଊର୍ଧ୍ୱ ଟଙ୍କାର ସମ୍ପତ୍ତି

ଚନ୍ଦ୍ରଶେଖରପୁର: ୭ ମାସରେ ଏକୁଟିଆ ଲୁଟିଥିଲା କୋଟିଏରୁ ଊର୍ଧ୍ୱ ଟଙ୍କାର ସମ୍ପତ୍ତି। ଲୁଟ୍‌ ସାମଗ୍ରୀ ଭିତରେ ରହିଛି ୨୫ଭରି ସୁନା ଓ ୨ଭରି ରୁପା ଅଳଙ୍କାର, ୩୯.୫୦୫ ନଗଦ ଟଙ୍କା। ଏତଦ୍‌ବ୍ୟତୀତ ପୁଲିସ୍‌ ୨୮ଟି ଲାପ୍‌ଟପ୍‌, ୪୩ ଦାମୀ ମୋବାଇଲ୍‌ ଫୋନ୍‌, ୩ ଟାବ୍‌ଲେଟ୍‌, ୨ ଏଲ୍‌ଇଡି ଟିଭି, ୨୭ଟି ହାତ ଘଣ୍ଟା, ୯ଟି ଚଷମା, ୩ କ୍ୟାମେରା, ୨ ପାଓ୍ଵାର ବ୍ୟାଙ୍କ, ୪ ହାର୍ଡଡିସ୍କ, ୭ ଡଙ୍ଗଲ, ୧୨ ପେନ୍‌ଡ୍ରାଇଭ୍‌, ୨ ମ୍ୟୁଜିକ୍‌ ସିଷ୍ଟମ୍‌, ଡିନର୍‌ ସେଟ୍‌, ମନି ପର୍ସ, ଲଗେଜ୍‌ ବ୍ୟାଗ୍‌ ସହ ଗୋଟିଏ ବାଇକ୍‌ (ଓଡି ୧୧ ବି ୫୩୩୨) ଓ ୪ ବସ୍ତା ପୋଷାକ। ଏସବୁ ଲୁଟ୍‌ କରିଥିବା ଲୁଟେରା ହେଲା ସଂଜୟ କୁମାର ନାୟକ ଓରଫ ସଂଜୁ(୩୦)। ଚନ୍ଦ୍ରଶେଖରପୁର ଥାନା ପୁଲିସ ତାକୁ ବୁଧବାର ଲକ୍ଷ୍ମୀସାଗରରୁ ଗିରଫ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରିଛି। ସଂଜୟ ନାମରେ ୫ଟି ଅଭିଯୋଗ ଚନ୍ଦ୍ରଶେଖରପୁର ଓ ୭ଟି ଅଭିଯୋଗ ଇନ୍‌ଫୋସିଟି ଥାନାରେ ରହିଛି।

ସମ୍ବନ୍ଧିତ ଖବର