ବସ୍ତିରୁ ଲୁଟେରା ଗିରଫ
ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ସୋମନାଥ ବସ୍ତିରୁ ଆଜି ମୋବାଇଲ୍ ଲୁଟେରା ସୋମନାଥ ନାୟକ(୧୯)କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲାଣ କରିଛି। ତା’ଠାରୁ ଗୋଟିଏ ଦାମୀ ମୋବାଇଲ୍ ମଧ୍ୟ ଜବତ ହୋଇଛି। ସୋମନାଥ ଡମଣା ଓ ତା’ ଆଖପାଖ ଅଞ୍ଚଳରୁ ମୋବାଇଲ୍ ଲୁଟ୍ କରିନେଉଥିବା ବେଳେ ତା’ନାମରେ ସ୍ଥାନୀୟ ଥାନାରେ ବାରମ୍ବାର ଅଭିଯୋଗ ହେଉଥିଲା। ତେବେ ସେ ଲୁଟ୍ପରେ ଫେରାର୍ ହୋଇଯାଉଥିବାରୁ ତାକୁ ଧରିବା ମୁସ୍କିଲ୍ ହୋଇଥାଏ। ମାତ୍ର ଆଜି ତା’ର ଠିକଣା ଠାବକରି ପୁଲିସ୍ ସୋମନାଥକୁ ସୋମନାଥ ବସ୍ତିରୁ ତାକୁ ଗିରଫ କରିଛି।