ମହିଳାଙ୍କ ହାତରୁ ଝାମ୍ପିନେଲେ ଫୋନ୍‌

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ଅଧୀନ ଶିଶୁଭବନ ଛକ ନିକଟରୁ ଲୁଟେରାମାନେ ଜଣେ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ପଳାଇଛି। ଏନେଇ ମହିଳା ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ପ୍ରବୀଣା ତ୍ରିପାଠୀ ନାମକ ଜଣେ ମହିଳା ଅଟୋ ଯୋଗେ ରାଜଭବନରୁ ଶିଶୁଭବନ ଆଡ଼କୁ ଆସୁଥିଲେ। ଶିଶୁଭବନରେ ଟ୍ରାଫିକ ପାଖରେ ଗାଡ଼ି ଅଟକିଥିବା ସମୟରେ ତିନି ଜଣ ଯୁବକ ଏକ ନମ୍ବର ବିହୀନ କଳା ପଲସର ବାଇକରେ ଆସି ପ୍ରବୀଣାଙ୍କ ହାତରୁ ତାଙ୍କ ଦାମୀ ଫୋନଟିକୁ ଛଡ଼ାଇ ନେଇଥିଲେ। ଏ ସେ ଚିତ୍କାର କରିଥିଲେ ମଧ୍ୟ ପାଖରେ ଥିବା ଟ୍ରାଫିକ ପୁଲିସ କିଛି କରିନଥିଲା। ଏହାଛଡ଼ା ସେ ପୁଲିସ କଣ୍ଟ୍ରୋଲ ରୁମକୁ ୨୫ ମିନିଟ ଧରି କଲ କରିଥିଲେ ମଧ୍ୟ ଫୋନ କେହି ଉଠାଇନଥିଲେ ବୋଲି ପ୍ରବୀଣା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର