ଜେଲ୍‌ ଗଲେ ପ୍ରେମିକା ଓ ପୁରୁଷ ବନ୍ଧୁ

ମେରାଇନ୍‌ ଇଂଜିନିୟରଙ୍କୁ ତଣ୍ଟିଚିପି ହତ୍ୟା ଘଟଣା

ଭୁବନେଶ୍ୱର: ମେରାଇନ୍‌ ଇଂଜିନିୟର ବୈଜୟନ୍ତ ପ୍ରସାଦ ମହାନ୍ତି ଓରଫ୍‌ ବିଟୁ ହତ୍ୟା ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କ ପୂର୍ବତନ ପ୍ରେମିକ ଓ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧୀନ ଜଗନ୍ନାଥପୁରର ସୁଶ୍ରୀ ସସ୍ମିତା ମହାନ୍ତି ଓ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ବୀରରାମଚନ୍ଦ୍ରପୁର କୁମାର ଚନ୍ଦନ ପତି। ଆଜି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଆଜି ବିଟୁଙ୍କ ବାପା କହିଛନ୍ତି କି ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଅଛନ୍ତି। କାରଣ ତାଙ୍କ ପୁଅ ଜଣେ ମେରାଇନ୍‌ ଇଂଜିନିୟର ହେବା ସହିତ କରାଟେରେ ବ୍ଲାକବେଲ୍‌ଟ ପାଇଛନ୍ତି। ତାଙ୍କୁ ଦୁଇ ଜଣ ମିଶି ହତ୍ୟା କରିବା ସମ୍ଭବ ନୁହେଁ। ଏହି ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିବା ଆବଶ୍ୟକ। ତେବେ ବିଟୁଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ। କହିଛନ୍ତି ସେହି ଦୁଇ ଜଣ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି। ପୁଲିସ ତଦନ୍ତରେ ଏବେ ସୁଦ୍ଧା ସେହି ଦୁଇ ଜଣ ହିଁ ହତ୍ୟାକାରୀ। ତେବେ ତି୍ରକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ଘଟିଥିବା ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର