କଥା ନହେବାରୁ ପ୍ରେମିକାର ନାକ କାମୁଡ଼ିଲା ପ୍ରେମିକ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଜଣେ ଯୁବକ ନିଜର ପୂର୍ବ ପ୍ରେମିକାର ନାକ କାମୁଡି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଯୁବତୀ ତାର ପୂର୍ବ ପ୍ରେମିକ ସହିତ ଦୁଇବର୍ଷ ହେବ କଥା ହେଉ ନାହିଁ। ତେଣୁ ପ୍ରେମିକ ଏହି କଥାକୁ ନେଇ ବ୍ୟସ୍ତବିବ୍ରତ ହୋଇ ପଡ଼ି ଏଭଳି କାଣ୍ଡ ଘଟାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ମଞ୍ଜୁ ପରମାର (୨୪) ରାଜସ୍ଥାନର ଉଦୟପୁର ଜିଲ୍ଲାର ଖେରଓ୍ଵାଡାରେ ବସବାସ କରେ। ସେ ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ତାର କେଶବଲାଲ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଥିଲା। ସେ ଭଉଣୀ ଘରେ ରହିବା ଦିନଠାରୁ କେଶବଲାଲ ସହିତ କର୍ତ୍ତାବାର୍ତ୍ତା ବନ୍ଦ କରି ଦେଇଥିଲା। ମଞ୍ଜୁ ଯେଉଁ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ କାମ କରୁଥିଲା ସେଠାରେ କେଶବଲାଲର ସାଙ୍ଗ ଦିନେଶ କାମ କରିବାକୁ ଆସିଥିଲା। ଦିନେଶ ମଞ୍ଜୁକୁ ସେଠାରେ ଦେଖି କେସବକୁ ସବୁ କଥା କହି ଦେଇଥିଲା। ମଞ୍ଜୁ ସେଠାରେ କାମ କରୁଥିବା ଜାଣି କେସବ ନଜର ରଖିବାକୁ ଲାଗିଥିଲା।

Times of India – Indiatimes.com

ସେ ସକାଳେ ଶୌଚ ହେବାକୁ ଯାଇଥିଲା, ଏହି ସମୟରେ କେଶବ ମଞ୍ଜୁକୁ ଧରି ନେଇଥିଲା। କେଶବ ସହିତ ତାର କୌଣସି ସମ୍ପର୍କ ନାହିଁ ବୋଲି ମଞ୍ଜୁ ଯେତେବେଳେ କହିଥିଲା ସେ ରାଗରେ ଉତକ୍ଷିପ୍ତ ହୋଇ ତାର ନାକକୁ କାମୁଡି ଦେଇଥିଲା। ଯନ୍ତ୍ରଣାରେ ମଞ୍ଜୁ କାନ୍ଦିବା ପରେ ପାଖଆଖ ଲୋକ ଦୌଡ଼ି ଆସିଥିଲା କେଶବ ସେତେବେଳକୁ ସେଠାରୁ ପଳାଇଥିଲା। କେଶବ ନାମରେ ପୁଲିସ ମାମଲା ରୁଜୁ କରିଛି। ମଞ୍ଜୁକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର