ଜେଲ ଗଲେ ପ୍ରେମିକ: କିନ୍ନରଙ୍କ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଗଣପତି ନଗର ବସ୍ତିରେ କିନ୍ନର ପ୍ରିୟାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ପୁରୁଷ ବନ୍ଧୁ କୁହାଯାଉଥିବା ଯୁବକ ଭବାନୀ ଶଙ୍କର ସାହୁଙ୍କୁ ଗିରଫ କରିଛି। ଏହି ଘଟଣାରେ ପୁଲିସ ଭବାନୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କିନ୍ନର ସଂଘର ସଭାପତି ମେନକା କିନ୍ନରଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଭବାନୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦୀର୍ଘ ଦିିନହେବ ପ୍ରିୟା ଓ ଭବାନୀ ପରସ୍ପରକୁ ଭଲପାଉଥିଲେ। ଆଉ ଉଭୟ ଗଣପତିନଗର ବସ୍ତିରେ ରହୁଥିଲେ। ଉଭୟ ଏକାଠି ରହିବାର କିଛିଦିନ ପରେ କୌଣସି କାରଣକୁ ନେଇ ପି୍ରୟା ଭବାନୀଙ୍କ ଉପରେ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ରବିବାର ରାତିରେ ଭବାନୀଙ୍କ ମୋବାଇଲ୍‌ ପ୍ରିୟା ଧରିଥିବା ବେଳେ ହ୍ଵାଟ୍‌ସ ଆପ୍‌ରେ ଜଣେ ଯୁବତୀଙ୍କ ମେସ୍‌ଜ ଆସିଥିଲା। ଯୁବତୀ ଜଣଙ୍କ କିଏ ବୋଲି ପ୍ରିୟା ପଚାରିବାରୁ ଭବାନୀ କିଛି ଉତ୍ତର ଦେଇ ନଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୋମବାର ମଧ୍ୟାହ୍ନରେ ଭବାନୀ ହୋଟେଲ୍‌କୁ ଖାଇବା ଆଣିବାକୁ ଯାଇଥିବା ବେଳେ ପ୍ରିୟା ଓଢ଼ଣିରେ ଝୁଲି ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଭବାନୀଙ୍କୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର