ଆଧାର କାର୍ଡ ତିଆରିରେ ସାହାଯ୍ୟ କରିବାକୁ କହି ନିଜ ବନ୍ଧୁମାନଙ୍କ ସହ ଦୁଷ୍କର୍ମ କଲା ପଡ଼ୋଶୀ

ଭୋପାଳ : ମଧ୍ୟପ୍ରଦେଶର ବୈତୁଲରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ନିଜ ପଡ଼ୋଶୀ ଯୁବକଙ୍କ ଉପରେ ବିଶ୍ୱାସ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି । ଆଧାର କାର୍ଡ ବନାଇ ଦେବାକୁ କହି ପଡ଼ୋଶୀ ଯୁବକ ନିଜ ବନ୍ଧୁମାନଙ୍କ ସହ ଦୁଷ୍କର୍ମ ଭଳିି ଅପରାଧ କରିଥିବା ବେଳେ ଏବେ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

Image result for rape
Hindustan

୧୯ ବର୍ଷୀୟା ପୀଡ଼ିତା କରିଥିବା ଅଭିଯୋଗ ମୁତାବକ, ଗତ ୬ ମାସ ହେବ ସେ ଇନ୍ଦୋରରେ ଆସି କାମ କରୁଥିଲେ । ପୁରୁଣା ଆଧାର କାର୍ଡ ହଜିବା ପରେ ନୂଆ ତିଆରି କରିବା ପାଇଁ ନିଜ ଘର ପାଖରେ ରହୁଥିବା ଛୋଟେ ପାୱାରଙ୍କ ସଂପର୍କରେ ଆସିଥିଲେ । ଅଭିଯୁକ୍ତ ଛୋଟେ ପାୱାର ତାଙ୍କୁ ଆଧାର କାର୍ଡ ତିଆରିରେ ସାହାଯ୍ୟ କରିବେ ବୋଲି କହି ନିଜ ପାଖକୁ ଡ଼କାଇଥିଲେ । ଯାହା ପରେ ପୀଡ଼ିତା ଇନ୍ଦୋରରୁ ବୈତୁଲରେ ଯାଇ ପହଞ୍ଚିଥିଲେ । ଅକ୍ଟୋବର ୯ରେ ରାତି୯ଟା ସମୟରେ ଛୋଟେ ଓ ତାଙ୍କ ଜଣେ ବନ୍ଧୁ ପୀଡ଼ିତାଙ୍କୁ କାର୍‌ରେ ବସାଇ ଶିବପୁରୀ ନେଇ ଯାଇଥିଲେ । ସେଠାରେ ଦୁହେଁ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଏକ ବନ୍ଦ ଘରେ ଛାଡ଼ି ଚାଲି ଯାଇଥିଲେ । ଅକ୍ଟୋବର ୧୩ରେ ଛୋଟେ ପୀଡ଼ିତାଙ୍କୁ ବନ୍ଦ ଘରୁ ବାହାର କରି ନିଜର ଆଉ ଜଣେ ସାଙ୍ଗ ମଙ୍ଗଳ ଯାଦବଙ୍କ ସହ ଛାଡ଼ିଥିଲେ । ମଙ୍ଗଳ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲେ । ଯାହା ପରେ ପୀଡ଼ିତା ପୁଲିସରେ ଯାଇ ନିଜ ସହ ଘଟିଥିବା ଅପରାଧର ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର