ବର୍ବରତା: ୧୨ବର୍ଷୀୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ମୁଣ୍ଡ-ଗଣ୍ଡି ଅଲଗା କରିଦେଲେ ଦାଦା ଏବଂ ଦୁଇ ଭାଇ

ସାଗର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ନାବାଳିକାକୁ ତା’ର ଦାଦା ଏବଂ ୨ଭାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ଖୁଡ଼ି ମାମଲାକୁ ଲୁଚାଇବାକୁ ଚେଷ୍ଟା କରୁଥିବାରୁ ତାଙ୍କ ବିରୋଧରେ ମଧ୍ୟ ପୁଲିସ ଏତଲା ରୁଜୁ କରିଛି । ମାର୍ଚ୍ଚ ୧୩ରେ ପୀଡ଼ିତା ଘରୁ ନିଖୋଜ ହେବା ପରେ ପରଦିନ ତାଙ୍କ ମୃତ ଦେହ ପାଖ ଚାଷ ଜମିରେ ମିଳିଥିଲା । ପୁଲିସ ଶବକୁ ଜବତ କରି ଏହି ଘଟଣା ପଛରେ କାହାର ହାତ ଥାଇ ପାରେ, ତାହା ଜାଣିବା ପାଇଁ ୧୦ହଜାରର ପୁରସ୍କାର ରାଶି ଘୋଷଣା କରିଥିଲା । ଯାହା ପରେ ତାହା ବଢ଼ି ୨୫ହଜାରରେ ପହଞ୍ଚିଥିଲା । ପ୍ରଥମେ ପୀଡ଼ିତାଙ୍କ ଖୁଡ଼ି ନିଜର ଜଣେ ପଡ଼ୋଶୀଙ୍କ ଉପରେ ଆରୋପ ଲଗାଇଥିବା ବେଳେ ପଚରାଉଚରା ପରେ ପଡ଼ୋଶୀ ଯୁବକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।

ଏହା ପରେ ପୁଲିସକୁ ଘଟଣା ପଛରେ ପରିବାର ଲୋକଙ୍କ ହାତ ଥିବା ନେଇ ସନ୍ଦେହ ହୋଇଥିଲା । ପରେ ପୁଲିସ ପୀଡ଼ିତାଙ୍କ ବଡ଼ ଭାଇ(୨୦ବର୍ଷ)ଙ୍କୁ ପଚରାଉଚରା ପାଇଁ ଡ଼କାଇବା ପରେ ସେ ଫେରାର ହୋଇ ଯାଇଥିଲେ । ଶେଷରେ ପୁଲିସ ପଚରାଉଚରା ପାଇଁ ଡ଼କାଇବା ପରିବର୍ତ୍ତେ, ପୀଡ଼ିତାଙ୍କ ସାନ ଭାଇ(୧୯)ଙ୍କୁ କାବୁ କରି ନେଇଥିଲେ । ପୁଲିସର ମାଡ଼ ଭୟରେ ପୀଡ଼ିତାଙ୍କ ସାନ ଭାଇ ସବୁ ସତ ଜଣାଇ ଦେଇଥିଲେ ।

NDTV.com

ଘରେ କେହି ନଥିବା ବେଳେ ପୀଡ଼ିତାଙ୍କ ବଡ଼ ଭାଇ ତାଙ୍କ ସହ ଦୁଷ୍କର୍ମ କରିଥଲେ । ଏହି ସମୟରେ ପୀଡ଼ିତାଙ୍କ ସାନ ଭାଇ ଆସି ପହଞ୍ଚିବା ପରେ ସେ ମଧ୍ୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁହିଁଙ୍କୁ ଏପରି କରୁଥିବା ଦେଖି ପୀଡ଼ିତାଙ୍କ ଦାଦା ଦୁହିଁଙ୍କୁ ପ୍ରଥମେ ରାଗିବା ପରେ ଶେଷରେ ସେ ମଧ୍ୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ସବୁ ବିଷୟରେ ପୀଡ଼ିତା ସମସ୍ତଙ୍କୁ ଜଣାଇଦେବେ ବୋଲି କହିବା ପରେ ୩ଜଣ ମିଶି ପୀଡ଼ିତାଙ୍କ ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗି ଦେଇଥିଲେ ବୋଲି ସାଗର ପୁଲିସ ସୂଚନା ଦେଇଛି । ସବୁ ସତ ସାମ୍ନାକୁ ଆସିବା ପରେ ୪ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର