ମଦ ପିଇ ସାଙ୍ଗମାନଙ୍କ ସହ ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ ଜିଦ୍‌ ଧରି ବସିଲେ ଯୁବକ, ବାପା ଗାଡ଼ିର ଚାବି ନ ଦେବାରୁ କଲେ ଏଭଳି ଅପରାଧ

ଭୋପାଲ : ମଧ୍ୟପ୍ରଦେଶର ଭୋପାଲରେ ଜଣେ ଯୁବକଙ୍କୁ ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ କାର୍‌ର ଚାବି ଦିଆ ନ ଯିବାରୁ ସେ ଯେଉଁ ପଦକ୍ଷେପ ନେଇଥିଲେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯୁବକ ସାଙ୍ଗମାନଙ୍କ ସହ ମଦ ପିଇ ବାହାରକୁ ଯାଇ ପାର୍ଟି କରିବା ପାଇଁ ବାପାଙ୍କୁ କାର୍‌ର ଚାବି ମାଗିଥିଲେ । ପୁଅକୁ ମଦ ପିଇଥିବା ଦେଖି ବାପା କାର୍‌ର ଚାବି ଦେବା ପାଇଁ ମନା କରି ଦେଇଥିଲେ । ଏହା ଶୁଣି ରାଗରେ ଯୁବକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ଭୋପାଳର ଅବଧପୁରୀରେ ଘଟିଥିବା ବେଳେ ବୁଧବାର ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ।

oneindia.com

ବୁଧବାର ୨୮ବର୍ଷୀୟ ଶୈଳେନ୍ଦ୍ର ନିଜ ସାଙ୍ଗମାନଙ୍କୁ ଘରକୁ ଡ଼ାକି ମଦ ପିଇଥିଲେ । ଏ ମଧ୍ୟରେ ସେମାନଙ୍କର ବାହାରକୁ ବୁଲିଯିବାର ଯୋଜନା ହେବାରୁ ଶୈଳେନ୍ଦ୍ର ନିଜ ବାପାଙ୍କୁ ଗାଡ଼ି ଚାବି ମାଗିଥିଲେ । କିନ୍ତୁ ଶୈଳେନ୍ଦ୍ରଙ୍କ ଅବସ୍ଥାକୁ ଦେଖି ତାଙ୍କ ବାପା ଚାବି ଦେବାକୁ ସିଧା ମନା କରିବାରୁ ଶୈଳେନ୍ଦ୍ର ନିଜକୁ ଘରେ ବନ୍ଦ କରି ଗୁଳି କରି ଦେଇଥିଲେ । ବାହାରେ ଶିକ୍ଷକତା କରୁଥିବା ଶୈଳେନ୍ଦ୍ରଙ୍କ ବାପା ଡ଼ାକ୍ତରଖାନାରେ ପଡ଼ିଥିବା ନିଜ ବାପାଙ୍କୁ ଦେଖିବା ପାଇଁ ଭୋପାଳ ଆସି ପହଞ୍ଚିଥିଲେ । ଯେଉଁ ସମୟରେ ଏହି ଘଟଣା ଘଟିଥିଲା ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର