ସାଙ୍ଗକୁ ଚୁମ୍ବନ ଦେବାକୁ ମନା କରିବା ହେଲା କାଳ, ମୃତ୍ୟୁ ମୁଖରେ ପଡ଼ିଲେ ପୀଡ଼ିତା

ଜବାଲପୁର : ମଧ୍ୟପ୍ରଦେଶର ଜବାଲପୁର ଜିଲ୍ଲାରେ ଥିବା ବିଜାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜର ବନ୍ଧୁଙ୍କୁ ଚୁମ୍ବନ ଦେବାକୁ ମନା କରିବାରୁ ପୀଡ଼ିତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ ପୀଡ଼ିତାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସାଙ୍ଗକୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

Image result for death
NDTV.com

ସୂଚନା ମୁତାବକ, ମୃତଦେହ ଜବତ ପରେ ପୁଲିସ ପୀଡ଼ିତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଡ଼ାକି ପଚରାଉଚରା କରିଥିଲେ । ଅଭିଯୁକ୍ତ ଶ୍ୟାମକୁ ପୁଲିସ ପଚାରିବା ପରେ ସେ ନିଜର ଦୋଷ ସ୍ୱିକାର କରିଥିଲେ । ଅଭିଯୁକ୍ତର କହିବା ଅନୁଯାୟୀ, ସ୍କୁଲ ସରିବା ପରେ ଆମେ ଦୁହେଁ ଜଙ୍ଗଲକୁ ଯାଇଥିଲୁ । ଜଙ୍ଗଲ ଭିତରେ ଥିବା ଏକ କେନାଲରେ ଆମେ ବସିଥିବା ବେଳେ ମୁଁ ପୀଡ଼ିତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲି । କିନ୍ତୁ ସେ ମୋତେ ଚୁମ୍ବନ ଦେବାକୁ ମନା କରି ଚାଲିଯିବାରୁ ରାଗରେ ମୁଁ ତାଙ୍କୁ ଠେଲି ଦେଇଥିଲି । ଯାହା ପରେ ତାଙ୍କ ମୁଣ୍ଡ ଏକ ପଥରେ ମାଡ଼ ହେବାରୁ ସେ ଅଚେତ ହୋଇଯାଇଥିଲେ । ଡ଼ରରେ ମୁଁ କାହାକୁ ନ ଡ଼ାକି ପୀଡ଼ିତାଙ୍କ ଉପରେ ପତ୍ର ଘୋଡ଼ାଇ ଚାଲି ଆସିଥିଲି ।

ସମ୍ବନ୍ଧିତ ଖବର