ସାଙ୍ଗମାନଙ୍କ ସହ ମିଶି ପୂର୍ବତନ ସ୍ୱାମୀ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ପିଆଇଲେ ବିଷ, ପିଲାକୁ ଧରି ଅଚେତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ମହିଳା

ଭୋପାଳ: ମଧ୍ୟପ୍ରଦେଶର ରତଲାମରେ ଜଣେ ମହିଳାଙ୍କ ସହିତ ଗଣଦୁଷ୍କର୍ମର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଦୁଷ୍କର୍ମ ଘଟଣାରେ ପୁଲିସ ମହିଳାଙ୍କ ପୂର୍ବତନ ସ୍ୱାମୀଙ୍କ ସମେତ ୪ଜଣ ଲୋକଙ୍କୁ ଗିରଫ କରିଛି ।

ଏହି ଘଟଣା ତିନିଦିନ ପୂର୍ବେ ଘଟିଛି। ରତଲାମ ଜିଲ୍ଲାର ତାଲ ଥାନା ଅଞ୍ଚଳରେ ରାମଗଢ଼ ଠାରେ ସକାଳେ ଜଣେ ମହିଳାଙ୍କୁ ସଡ଼କ ପାର୍ଶ୍ୱରେ ଅଚେତ ଓ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ମହିଳାଙ୍କ ସହିତ ଶିଶୁ ବି ରାସ୍ତା ଉପରେ ବସି ରହିଥିଲା। ଏହି ଦୃଶ୍ୟ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଡାକ୍ତର ମା’ ଓ ଶିଶୁଙ୍କ ଚିକିତ୍ସା ପରେ ମହିଳାଙ୍କ ଶରୀରରେ ବିଷ ମାଡି ଯାଇଥିବା ଜାଣିବାକୁ ପାଇଥିଲେ।

ମହିଳାଙ୍କ ଚେତା ଆସିବା ପରେ ତାଙ୍କ ସହିତ ଘଟିଥିବା ଦୁଃଖଦ ଓ କଷ୍ଟଦାୟକ ଘଟଣାକୁ ପୁଲିସ ସମ୍ମୁଖରେ ବଖାଣି କହିଥିଲେ, ପୂର୍ବତନ ସ୍ୱାମୀ ନିଜ ସାଥୀମାନଙ୍କ ସହିତ ଆସି ମୋ ସହିତ ଗଣଦୁଷ୍କର୍ମ କରିଥିଲେ। ଏତିକିରେ ତାଙ୍କ ମନ ବୁଝି ନଥିଲା ସେ ମୋତେ ଜୋରଜବରଦସ୍ତ ବିଷ ପିଆଇ ଦେଇଥିଲେ। ଯେତେବେଳେ ତାଙ୍କୁ ଲାଗିଥିଲା କି ମୁଁ ମରିଗଲି ରାସ୍ତାରେ ସେଭଳି ଅବସ୍ଥାରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମହିଳାଙ୍କ ଏହି ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରି ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର