ଯୌନ ଶକ୍ତି ବଢ଼ାଇବା ଉଦ୍ଦେଶ୍ୟରେ ଇନ୍‌ଜେକ୍ସନ୍‌ ନେଇ ଯୁବତୀ ମୃତ,ପ୍ରେମିକ ଫେରାର

ଭିଓ୍ଵଣ୍ଡି :ମହାରାଷ୍ଟ୍ରର ଭିଓ୍ଵଣ୍ଡିରେ ଜଣେ ଯୁବତୀଙ୍କୁ ଯୌନ କ୍ଷମତା ବଢ଼ାଇବା ପାଇଁ ଇନ୍‌ଜେକସନ୍‌ ନେବା ଭାରି ପଡ଼ିଛି । ଇନ୍‌ଜେକ୍ସନରେ ଥିବା ଓଷଧର ପରିମାଣ ଅଧିକ ଥିବାରୁ ଯୁବତୀ ଜଣଙ୍କ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଯୁବତୀଙ୍କ ମୃତଦେହ ଏକ ହୋଟେଲରୁ ଉଦ୍ଧାର କରାଯାଇଥିବା ବେଳେ ଯୁବତୀଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତା’ଙ୍କ ପ୍ରେମିକ ହୋଟେଲ ରୁମ୍‌ରେ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଜଣା ପଡ଼ିଛି । ପୁଲିସ ମୃତଦେହକୁ ଜବତ କରି ଫେରାର ଥିବା ପ୍ରେମିକକୁ ଖୋଜିବା ଆରମ୍ଭ କରିଛି । ଘଟଣାଟି ଭିଓ୍ଵଣ୍ଡିରେ ଥିବା ଶାନ୍ତିନଗରର ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ, ଦୁଇ ପ୍ରେମୀ ଯୁଗଳ ଶାନ୍ତିନଗରରେ ଥିବା ଅଶୋକ ହୋଟେଲକୁ ଆସିଥିବା ସହ ଏକ ରୁମ୍‌ ନେଇ ସେଠାରେ ରହିଥିଲେ । ଶାରୀରିକ ସଂପର୍କ ରଖିବାକୁ ଯାଇ ଯୁବତୀ ଜଣଙ୍କ ଯୌନ ଶକ୍ତି ବଢ଼ାଇବାର ଇନ୍‌ଜେକ୍ସନ୍‌ ନେଇଥିଲେ । ଇନ୍‌ଜେକ୍ସନ୍‌ ନେବାର କିଛି ସମୟ ପରେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହେବାରୁ ଯୁବତୀଙ୍କ ପ୍ରେମିକ ତା’ଙ୍କୁ ସେଠାରେ ଛାଡ଼ି ପଳାଇଥିଲେ । କିଛି ସମୟ ପରେ ହୋଟେଲର ଜଣେ କର୍ମଚାରୀ ଆସି ରୁମ୍‌ର କବାଟ ବାଡ଼େଇବା ପରେ ଭିତରୁ କେହି କବାଟ ଖୋଲି ନଥିଲେ । ସନ୍ଦେହ ହେବାରୁ କର୍ମଚାରୀ ଜଣଙ୍କ ଅନ୍ୟ ଏକ ଚାବିରେ ରୁମ୍‌ର କବାଟ ଖୋଲିବା ପରେ ଯୁବତୀ ଜଣଙ୍କ ଅଚେତ୍‌ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । ଏହା ଦେଖିବା ପରେ କର୍ମଚାରୀ ଜଣକ ତୁରନ୍ତ ମ୍ୟାନେଜରଙ୍କୁ ଏ ନେଇ ଜଣାଇବା ପରେ ତା’ଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆ ଯାଇଥିଲା ।

spicenews.com.au

ଚିକିତ୍ସାର କିଛି ସମୟ ପରେ ଯୁବତୀଙ୍କ ଚେତା ଫେରିବା ପରେ ସେ ନିଜର ନାମ ଏବଂ ଠିକଣା ଜଣାଇଥିଲେ । କିଛି ସମୟ ଚେତା ରହିବା ପରେ ସେ ମୃତୁବରଣ କରିଥିଲେ । ଯୁବତୀଙ୍କ ମୃତ୍ୟୁ ପରେ ଡ଼ାକ୍ତରଖାନା ତରଫରୁ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ହୋଟେଲର ସିସିଟିଭି ଚେକ୍‌ କରିବା ପରେ ଯୁବତୀ ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ଭିତରକୁ ପ୍ରବେଶ କରୁଥିବାର ପୁଲିସ ଦେଖିବାକୁ ପାଇଥିଲା । ଏ ସବୁ ପଛରେ ଯୁବତୀଙ୍କ ପ୍ରେମିକଙ୍କ ହାତ ଥିବା ଜାଣି ତାକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର