ଅପ୍ରାକୃତିକ ଯୌନ କ୍ରିୟାର ଶିକାର ହୋଇଥିବା ଦୁଷ୍କର୍ମ ପୀଡ଼ିତା ଏମିତି ଧରାଇଲେ ଦୁଇ ଅଭିଯୁକ୍ତଙ୍କୁ 

ନାଗପୁର: ମହାରାଷ୍ଟ୍ରର ନାଗପୁର ସହରର ଜଣେ ଦୁଷ୍କର୍ମ ପୀଡ଼ିତା ୧୮ ବର୍ଷୀୟ ବାଳିକା ସାହସ ପ୍ରଦର୍ଶନ କରି ଚର୍ଚ୍ଚାର ବିଷୟ ହୋଇଛନ୍ତି। ଏହି ୧୮ ବର୍ଷର ବାଳିକା ଏକ ବିଉଟି ପାର୍ଲରରେ କାମ କରୁଥିଲେ। ସେ ସେଠାରେ ବିଉଟିସିଆନ୍‌ ହେବାର ପ୍ରଶିକ୍ଷଣ ନେଉଥିଲେ।

ଶନିବାର ଦିନ ଉକ୍ତ ୧୮ ବର୍ଷୀୟ ବାଳିକାର ଦୁଇ ଜଣ ଅସାମାଜିକ ଲୋକ ଶେଖ୍‌ ସଲାମ୍‌ ଓ ଶ୍ରୀରାମ ଶ୍ରୀବାସ୍‌ ଗୋଡ ହାତ ବାନ୍ଧି ଦେଇଥିଲେ। ତା’ପରେ ସେ ଦୁହେଁ ତାଙ୍କୁ ଜବରଦସ୍ତି ମଦ ପିଆଇଥିଲେ। ଏହାପରେ ସଲାମ୍‌ ଓ ଶ୍ରୀବାସ୍‌ ଲଗାତର ଦୁଇ ଦୁଇ ଥର ଦୁଷ୍କର୍ମ କରିଥିଲେ। ସେ ଦୁହେଁ ଉକ୍ତ ବାଳିକା ସହିତ ଅପ୍ରାକୃତିକ ଯୌନ କ୍ରିୟା ମଧ୍ୟ କରିଥିବାର ଅଭିଯୋଗ ହୋଇଛି।

ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଏହି ନାବାଳିକା ଜଣକ ବିଉଟିସିଆନ୍‌ ହେବାର ପ୍ରଶକ୍ଷଣ ନେଇ ଘରକୁ ଫେରଥିବା ବେଳେ ଏଭଳି କାଣ୍ଡ ଘଟିଥିଲା। ଖୁସିନଗରର ଏକ ପାର୍ଲରରେ ସେ ପ୍ରଶିକ୍ଷଣ ନେଉଥିଲେ।

ଏହି ଦୁଷ୍କର୍ମ ଭିଆଇବା ପରେ ଦୁଇ ମଦ୍ୟପ ଶେଖ ସଲାମ୍‌ ଓ ଶ୍ରୀରାମ ଶ୍ରୀବାସ ଶୋଇ ପଡ଼ିଥିଲେ। ସେ ଦୁହିଁଙ୍କୁ ଦୁଷ୍କର୍ମ ପୀଡ଼ିତା ବାଳିକା ଦୁଇ ଦୁଷ୍କର୍ମକାରୀଙ୍କୁ ତାଲା ବନ୍ଦ କରି ସେମାନଙ୍କର ମୋବାଇଲ୍‌ ନେଇ ଚାଲିଯାଇଥିଲେ।

ରବିବାର ଦିନ ଉକ୍ତ ବାଳିକା ସାହସ ଦେଖାଇ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଓ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌କୁ ପ୍ରମାଣ ପାଇଁ ଦେଇଥିଲେ। ଏହାପରେ ପୁଲିସ ଦୁଇ ଦୁଷ୍କର୍ମକାରୀଙ୍କୁ ମଦ ପିଇ ଶୋଇଥିବା ଅବସ୍ଥାରେ ଧରିଥିଲା। ଏହି ଦୁହିଁଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର