ଛାତ୍ରଙ୍କ ଅଜବ କାର୍‌ନାମା: ଓ୍ଵାଇ-ଫାଇ ନେଟ୍‌ଓ୍ଵାର୍କର ନାଁ ରଖିଥିଲେ ଲସ୍କର-ଇ-ତାଲିବାନ, ପୁଲିସ ପଚାରିବା ପରେ ଜଣାଇଲେ ଏଭଳି କାରଣ…

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣରେ ରହୁଥିବା ଜଣେ ୨୦ବର୍ଷୀୟ ଛାତ୍ରଙ୍କ କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ହଠାତ୍‌ ଫୋନ୍‌ର ଓ୍ଵାଇ-ଫାଇ ଅନ୍‌ କରିବା ପରେ ଲସ୍କର-ଇ-ତାଲିବାନ୍‌ ଦେଖାଇବାରୁ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । ଏଭଳି ନାଁରେ ଓ୍ଵାଇ-ଫାଇ ନେଟ୍‌ଓ୍ଵାର୍କ ଦେଖାଇବା ସମସ୍ତଙ୍କ ମନରେ ଅଘଟଣର ଆଶଙ୍କା ସୃଷ୍ଟି କରିଥିଲା । ଏହି ଖବର ପ୍ରଥମେ ଅମୃତ ହେଭେନ୍‌ ସୋସଇଟିର ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ପ୍ରସାର କରାଯାଇଥିଲା । ସୋସାଇଟିରେ ରହୁଥିବା ସବୁ ଲୋକ ଜାଣିବା ପରେ ଏହାର ଖବର ପୁଲିସକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ପୁଲିସକୁ ସୂଚନା ଦିଆ ଯିବା ପରେ ତଦନ୍ତ କରାଯାଇ ଏଭଳି ଓ୍ଵାଇ-ଫାଇ ନେଟ୍‌ଓ୍ଵାର୍କ ରଖିଥିବା ଯୁବକ ଅମୃତ ହେଭେନ୍‌ ସୋସଇଟିର ବୋଲି ଜାଣି ପାରିଥିଲା । ଏଭଳି କାମ କରିଥିବା ଯୁବକଜଣଙ୍କ ଘର ମାଲିକଙ୍କ ପୁଅ ବୋଲି ପୁଲିସ ଜାଣି ମାଲିକ ଏବଂ ତାଙ୍କ ପୁଅକୁ ପୁଲିସ ଷ୍ଟେସନ ଡ଼କାଇଥିଲେ । ଏ ଘଟଣାକୁ ନେଇ ଯୁବକଙ୍କୁ ପଚରାଯିବା ପରେ, ମୁଁ ଏହା କେବଳ ମଜାରେ କରି ଦେଇଥିଲି । ମୋର ଲୋକଙ୍କୁ ଡ଼ରାଇବାର ସେଭଳି କିଛି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଥିଲେ । ଯାହା ପରେ ପୁଲିସ ଏଭଳି କାମର ପରିଣାମ ବିଷୟରେ ବୁଝାଇ ଘରକୁ ପଠାଇଥିଲା ।

ସମ୍ବନ୍ଧିତ ଖବର