ଚାକରାଣି ସହ ଦୁଷ୍କର୍ମ କରି ୮୦ ବର୍ଷୀୟ ପ୍ରବାସୀ ଭାରତୀୟ ଫେରାର

ଚଣ୍ଡିଗଡ଼: ଲୁଧିଆନା ନିକଟରେ ଥିବା ଅହମଦଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୮୦ ବର୍ଷୀୟ ବୃଦ୍ଧ ଘରର ଚାକରାଣି ସହ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଏହି କାମରେ ତା’ଙ୍କର ଜଣେ ସାଙ୍ଗ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣଙ୍କ ଜୋରା ସିଂ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ କାନାଡ଼ାରେ ରହୁଥିବା ଜଣା ପଡ଼ିଛି । ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଜଣଙ୍କ ଦେହଲା ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

Times of India

ସୂଚନା ମୁତାବକ, ମଙ୍ଗଳବାର କାନାଡ଼ାରୁ ଭାରତ ଆସିଥିବା ଜୋରା ସିଂ ଘରର କାମ କରିବା ପାଇଁ ପୀଡ଼ିତାଙ୍କୁ ଫୋନ କରି ଡ଼ାକିଥିଲେ । ପୀଡ଼ିତା ଜଣଙ୍କ କାମ ମିଳିବା ଖୁସିରେ ବସ ଯୋଜେ ଅହଦଦ୍‌ଗଡ଼ରେ ଆସି ପହଞ୍ଚିଥିଲେ । ଅଭିଯୁକ୍ତ ଜୋରା ସିଂ ପୀଡ଼ିତାଙ୍କୁ ବସ ଷ୍ଟାଣ୍ଡରୁ ନିଜ କାରରେ ବସାଇ ରହୁଥିବା ଘରକୁ ଆଣିଥିଲେ । ତା’ଙ୍କୁ ରହିବା ପାଇଁ ଏକ ସ୍ୱତନ୍ତ୍ର ଘର ଦିଆଯିବ ବୋଲି ଜୋରା ସିଂ କହିବା ସହ ତାଙ୍କୁ ଘରେ ନେଇ ପହଞ୍ଚାଇଥିଲେ । ଘରେ ପହଞ୍ଚି ପୀଡ଼ିତା ଜଣଙ୍କ ଜୋରାଙ୍କ ରୁମ୍‌ ସଫା କରୁଥିବା ବେଳେ ଜୋରାଙ୍କ ଜଣେ ସାଙ୍ଗ ଆସି ସେଠାରେ ପହଞ୍ଚିଥିଲେ । ଦୁଇ ଜଣ ନିଶା ସେବନ କରିବା ସହ ପୀଡ଼ିତାଙ୍କୁ ରୁମ୍‌ ଭିତରେ ବନ୍ଦ କରି ତା’ଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଇ ଜଣ ଥର ଥର କରି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ବହୁତ କଷ୍ଟରେ ପୀଡ଼ିତା ଜଣଙ୍କ ସେଠାରୁ ମୁକୁଳି ପାରିଥିଲେ । ଜୋରାଙ୍କ ଘରୁ ବାହାରି ସେ ସିଧା ଦେହଲା ପୁଲିସ ଷ୍ଟେସନ ଯାଇ ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ କରିଥିଲେ । ହେଲେ, ପୁଲିସ ତଦନ୍ତ ପାଇଁ ଜୋରାଙ୍କ ଘରେ ପହଞ୍ଚିବା ବେଳକୁ ସେ ସେଠାରୁ ଫେରାର ହୋଇ ସାରିଥିଲେ ।

ସମ୍ବନ୍ଧିତ ଖବର