ନକଲି ନୋଟ କାରବାର କରୁଥିଲେ ଟେଲି ଅଭିନେତ୍ରୀ, ମା’ ଏବଂ ଭଉଣୀଙ୍କ ସହ ଗିରଫ କଲା ପୁଲିସ

0 1,069

ନୂଆଦିଲ୍ଲୀ : ନକଲି ନୋଟ ଛାପିବା ଏବଂ ବିକ୍ରି କରିବା ଅଭିଯୋଗରେ କେରଳ ପୁଲିସ ଜଣେ ମାଲୟାଲମ ଅଭିନେତ୍ରୀଙ୍କୁ ଗିରଫ କରିଛି । ମାଲୟାଲମ ଟେଲି ଅଭିନେତ୍ରୀ ସୂର୍ଯ୍ୟା ଶଶିକୁମାରଙ୍କ ସମତେ ପୁଲିସ ତାଙ୍କ ମା’ ରୀତା ଦେବୀ ଏବଂ ଭଉଣୀ ଶ୍ରୁତିଙ୍କ ଉପରେ ନକଲି ନୋଟ ଛାପି ବିକ୍ରି କରିବାର ଅରୋପ ଲଗାଇଥିବା ଜଣାପଡ଼ିଛି । ପୁଲିସ ଦେଇଥିବା ସୂଚନା ଅନୁଯାୟୀ, କେରଳର ଇଦ୍ଦୁକୀ ଜିଲ୍ଲାରେ ଥିବା କଟ୍ଟପନା ଅଞ୍ଚଳରେ ଅଭିନେତ୍ରୀ ସୂର୍ଯ୍ୟା ଶଶିକୁମାର ତାଙ୍କ ମା’ ରୀତା ଦେବୀ ଏବଂ ଭଉଣୀ ଶ୍ରୁତିଙ୍କ ସହ ମିଶି ନକଲି ନୋଟ ଛପାଇ ବିକ୍ରି କରୁଥିଲେ । ଘରର ଦ୍ୱିତୀୟ ମହଲାରେ ୩ ଜଣ ମିଶି ନକଲି ୫୦୦ଟଙ୍କିଆ ନୋଟ ଛାପୁଥିବା ବେଳେ ୮ ମାସ ମଧ୍ୟରେ ୫୭ ଲକ୍ଷ ଟଙ୍କାର ନକଲି ନୋଟ ଛାପିଥିବା ଜଣାପଡ଼ିଛି ।

www.firstpost.com

ଏହି ର‍୍ୟାକେଟ୍‌ର ମୁଖ୍ୟ ଅଭିନେତ୍ରୀଙ୍କ ମା’ ବୋଲି ଜଣା ପଡ଼ିଥିବା ବେଳେ ଏହି ର‍୍ୟାକେଟ୍‌ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ । ନକଲି ନୋଟ୍‌ ଛାପିବା ପାଇଁ ଅଭିନେତ୍ରୀଙ୍କ ପରିବାର ୪.୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ପୁଲିସ ଅଭିନେତ୍ରୀଙ୍କ ଘର ରେଡ଼୍‍ କରିବା ପରେ ତାଙ୍କ ଘରୁ ୨.୨୫ଲକ୍ଷ ନକଲି ଟଙ୍କା ଜବତ କରିଥିଲା । ନକଲି ନୋଟ୍‌ କାରବାର କରୁଥିବାରୁ କିଛି ଦିନ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କୁ ପଚରାଯିବା ପରେ ଅଭିନେତ୍ରୀ ସୂର୍ଯ୍ୟା ଶଶିକୁମାର ଏହା ପଛରେ ଥିବା ସେମାନେ ଜଣାଇଥିଲେ । ଏହା ଜାଣି ତଦନ୍ତ କରିବା ପରେ ସବୁ ସତ ବାହାରକୁ ଆସିଥିଲା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.