ପତ୍ନୀଙ୍କ ସହ ଏସ୍‌ପି ଅନୈତିକ ସମ୍ପର୍କ ରଖିଥିବା ଦୋଷାରୋପ କରି ‘ଗୁପ୍ତ ଭିଡିଓ’ ରିଲିଜ୍‌ କଲେ ସ୍ୱାମୀ

ବେଙ୍ଗାଲୁରୁ: ଜଣେ ଆଇପିଏସ୍‌ ଅଧିକାରୀ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାର ଦୃଶ୍ୟାବଳୀ ଥିବା ଭିଡିଓ ରିଲିଜ୍‌ ହେବା ପରେ ବିବାଦ ତେଜିଛି। ମହିଳାଙ୍କ ସ୍ୱାମୀ ବେଙ୍ଗାଲୁରୁର ଗ୍ରାମାଞ୍ଚଳ ଏସ୍‌ପି ଭୀମଶଙ୍କର ଏସ୍‌ ଗୁଲେଦ୍‌ଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ଅନୈତିକ ସମ୍ପର୍କ ରଖିବାକୁ ଏସ୍‌ପି ତାଙ୍କ ପତ୍ନୀଙ୍କୁ ବାଧ୍ୟ କରିଥିଲେ। ଏହାର ପ୍ରମାଣ ସ୍ୱରୂପ ସେ କେତୋଟି ଭିଡିଓ ରିଲିଜ୍‌ କରିଛନ୍ତି।

ଦବନଗରେ ନିବାସୀ ୪୦ ବର୍ଷିୟ ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏବଂ ଏବେ ନିଖୋଜ ଥିବା ତାଙ୍କ ପତ୍ନୀ ଗୁଲେଦ୍‌ଙ୍କ ଠାରୁ ମୃତ୍ୟୁ ଧମକ ପାଇଥିଲେ। ଜୁଲାଇ ୫ ତାରିଖ ଦିନ କୋରମଙ୍ଗଳ ଥାନାରେ ହୋଇଥିବା ଅଭିଯୋଗକୁ ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯାଇଛି। ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିବାକୁ ସେମାନେ ବିଚାରବିଭାଗୀୟ ମତାମତ ଲୋଡ଼ିଛନ୍ତି।

ଅଭିଯୋଗରେ ଲୋକଜଣକ ଉଲ୍ଲେଖ କରିଛନ୍ତି ଯେ୨୦୧୬ ରୁ ୨୦୧୮ ମଧ୍ୟରେ ଗୁଲେଦ୍‌ ଦବନଗରେ ଜିଲ୍ଲାର ଏସ୍‌ପି ଥିବାବେଳେ ଅକ୍ଟୋବର ୨୦୧୬ରେ ତାଙ୍କ ପତ୍ନୀଙ୍କ ସହ ପରିଚୟ ହୋଇଥିଲା। ଦବନଗରେ ଠାରେ ସେ ବ୍ୟକ୍ତିଜଣକ ପତ୍ନୀଙ୍କ ପାଇଁ ଗୋଟାଏ ଫଟୋ ଷ୍ଟୁଡିଓ ଖୋଲି ଦେଇଥିଲେ। ନିଜ ଯମଜ ଝିଅଙ୍କ ଫଟୋ ଉଠାଇବାକୁ ପ୍ରଥମ ଗରାଖ ଭାବେ ଗୁଲେଦ୍‌ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ। ପରେ ସେ ଯୌନସୁଖ ଦେବା ପାଇଁ ପତ୍ନୀଙ୍କୁ ବାଧ୍ୟ କରିଥିଲେ। ଭୟରେ ପତ୍ନୀ ତହା ମାନିଥିଲେ। ପତ୍ନୀଙ୍କ ଭୟର ସୁଯୋଗ ତାଙ୍କ ଇଚ୍ଛା ବିରୋଧରେ ଅନେକ ଥର ଦବନଗରେ, ବେଲାଗାବି ଏବଂ କୋରାମଙ୍ଗଳମ୍‌ସ୍ଥିତ ତାଙ୍କ ବାସଭବନରେ ଗୁଲେଦ୍‌ ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ।

ପତ୍ନୀ ନିରୁଦ୍ଦେଶ ହୋଇଛନ୍ତି ବୋଲି ସ୍ୱାମୀ କହୁଥିଲେ ବି ସେ (ପତ୍ନୀ) ଏକ ନିଉଜ୍‌ ଚାନେଲ୍‌କୁ କହିଛନ୍ତି ଯେ ସ୍ୱାମୀଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିବାରୁ ସେ ଗୁଲେଦ ଓ ତାଙ୍କର ନକଲି ଭିଡିଓ ପ୍ରସ୍ତୁତି କରି ଉଭୟଙ୍କୁ ବଦନାମ କରୁଛନ୍ତି।

ଅଭିଯୋଗ ମିଥ୍ୟା ବୋଲି ଗୁଲେଦ କହିଛନ୍ତି। ମୁଁ କିଛି କରିନାହିଁ ବୋଲି କହିବା ସହ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଅଭିଯୋଗ ସତ୍ୟ ହୋଇଥିଲେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି।

ସମ୍ବନ୍ଧିତ ଖବର