ବାଗପତ: ବାଗପତର ତିଲାଓ୍ଵାଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳକ ଉପରେ ଚାରିମାସର ବାଛୁରୀ ସହିତ ଦୁଷ୍କର୍ମ ଅଭିଯୋଗ ନେଇ ଗ୍ରାମବାସୀ ମାମଲା ରୁଜୁ କରିଛନ୍ତି। ବାଛୁରୀର ଗତ ଶନିବାର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ବୁଧବାର ଦିନ ଘଟିଛି। ତେବେ ଏହି ଘଟଣା ଦୁଷ୍କର୍ମ କି ନୁହେଁ ତାହା ଆଗ୍ରାସ୍ଥିତ ଲ୍ୟାବ୍ରୁ ରିପୋର୍ଟ ଆସିବା ପରେ ହଁ ସ୍ପଷ୍ଟ ହୋଇପାରିବ। ବାଛୁରୀ ସହିତ ଦୁଷ୍କର୍ମ କରିଥିବା ବାଳକ ନାମ ଅରିଫ୍ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଶନିବାର ବାଛୁରୀର ମୃତ୍ୟୁ ପରେ ଏହି ଘଟଣାକୁ ନେଇ ପୁଲିସ ଆଇପିସି ୩୭୭ ଧାରା ୪୨୯ ଧାରାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ହିନ୍ଦୁ ସଙ୍ଗଠନ ଅଭିଯୁକ୍ତ ବାଳକକୁ ଗିରଫ ଦାବି କରିଛନ୍ତି।
ପୁଲିସର କହିବା ମୁତାବକ, ଲ୍ୟାବ୍ରୁ ସ୍ୟାମ୍ପଲ ରିପୋର୍ଟ ଆସିଲା ପରେ ହଁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବୁ। ଏହି ଘଟଣାରେ ଯିଏ ବି ଦୋଷୀ ମିଳିବ ତା’ ବିରୋଧରେ କୋଠରେ ପଦକ୍ଷେପ ନିଆଯିବ।