ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର : ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଝାଡ଼ଖଣ୍ଡ ଅଞ୍ଚଳର ଅମନ ଓଝା(୨୫)। ଏଠାରେ ଫରେଷ୍ଟ ପାର୍କ ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲା। ପୁଲିସ ସୂଚନା ମୁତାବକ, କିଛିଦିନ ହେବ ଅମନ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ କମେଣ୍ଟ ମାରୁଥିଲା। ତେବେ ଗତ ୧୩ ତରିଖ ପୂର୍ବାହ୍ଣ ପ୍ରାୟ ୧୦ଟା ସମୟରେ ଯୁବତୀ ଜଣଙ୍କ ଅଫିସ୍‌ ଯାଉଥିବା ସମୟରେ ଅମନ ତାଙ୍କୁ ପିଛା କରିଥିଲା। ଯୁବତୀ ଜଣଙ୍କ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲ୍‌ ନିକଟରେ ଯାଉଥିବା ସମୟରେ ଅମନ ତାଙ୍କୁ ଅଟକାଇ ଟଣାଓଟଣା କରିଥିଲା। ଏନେଇ ଯୁବତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅମନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର