ଆଇପିଏସ୍‌ ଅଫିସର ବୋଲି ପରିଚୟ ଦେଇ ମହିଳାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ ଯୁବକ, ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଆଇପିଏସ୍‌ ଅଫିସର ବୋଲି କହି ମହିଳାଙ୍କୁ ଠକିଥିବାରୁ ରବିବାର ଦିଲ୍ଲୀ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ନାଁ ରାଜ୍‌ ମଲହୋତ୍ରା ବୋଲି ଜଣା ପଡ଼ିଥିବା ବେଳେ ସେ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କୁ ଠକିଥିଲେ ।

Free Press Journal

ସୂଚନା ମୁତାବକ, ଅଭିଯୁକ୍ତ ରାଜ୍‌ ପୀଡ଼ିତାଙ୍କୁ ଜିମ୍‌ରେ ଦେଖା ହେବା ପରେ ନିଜେ ଜଣେ ଆଇପିଏସ୍‌ ଅଫିସର ବୋଲି କହି ପରିଚୟ ଦେଇଥିଲେ । ଉତ୍ତର ଦିଲ୍ଲୀରେ ମୁତୟନ ଥିବା କହି ପୀଡ଼ିତାଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ପୀଡ଼ିତାଙ୍କୁ ବିଶ୍ୱାସ ଦେବା ପାଇଁ ସେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ତିଆରି କରିବା ସହ ଆଇପିଏସ୍‌ ପୋଷାକ ପିନ୍ଧିଥିବା ଫଟୋ ରଖିଥିଲେ । ଯାହା ପାଇଁ ପୀଡ଼ିତା ରାଜ୍‌ଙ୍କ ଜାଲରେ ଫସି ଯାଇଥିଲେ । କିନ୍ତୁ ସବୁ ସତ ସାମ୍ନାକୁ ଆସିବା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୩ରେ ନିଜକୁ ସବ୍‌-ଇନ୍‌ସ୍ପେକ୍ଟର ବୋଲି କହି ରାଜ୍‌ ଗିରଫ ହୋଇ ତିହାର ଜେଲ୍‌ରେ ରହିଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର