ନିଶାଗ୍ରସ୍ତ ହୋଇ ଅଯୋଧ୍ୟାରେ ୭ଟି ଗାଈ ସହ ଦୁଷ୍କର୍ମ କଲା ଯୁବକ

ଅଯୋଧ୍ୟା : ଅଯୋଧ୍ୟାରେ ଜଣେ ଯୁବକ ୭ଟି ଗାଈ ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଭିଯୁକ୍ତର ନାଁ ରାଜକୁମାର ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ସାମ୍ନାକୁ ଆସିଛି । ଗାଈମାନଙ୍କୁ ରଖାଯାଇଥିବା ଆଶ୍ରୟସ୍ଥଳର କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଅଭିଯୁକ୍ତଜଣଙ୍କ ଧରା ପଡ଼ିବା ପରେ ତାକୁ ନିସ୍ତୁକ ମାଡ଼ ମରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି ।

indiatimes.com

ଗିରଫ ହେବା ପରେ, ମୋର ମନେ ନାହିଁ, ମୁଁ କାହା ସହ କ’ଣ କରିଛି । ଖାଲି କିଛି ଲୋକ ମୋତେ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କରିବା କଥା ମୁଁ ମନେ ରଖିଛି ବୋଲି କହିଛନ୍ତି ରାଜକୁମାର । ସୂଚନା ମୁତବକ, ରାଜକୁମାର ଆଶ୍ରୟସ୍ଥଳକୁ ଆସି ଗାଈମାନଙ୍କ ସହ ଦୁଷ୍କର୍ମ କରୁଥିବାର ଦୃଶ୍ୟ ଆଶ୍ରୟସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଆଶ୍ରୟସ୍ଥଳର କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଏ ଦୃଶ୍ୟ ଦେଖି ରାଗିଯିବା ସହ ପୁଣି ଥରେ ରାଜକୁମାର ଆଶ୍ରୟସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ମାଡ଼ ମାରିଥିଲେ ।

ସମ୍ବନ୍ଧିତ ଖବର