ଅତିଥି ଭାବେ ରହି ହୋଟେଲ୍‌ ରୁମ୍‌ରେ ସ୍ପାଏ କ୍ୟାମେରା ଖଞ୍ଜିଲେ, ସେହି ରୁମ୍‌ ଭଡା ନେଉଥିବା ଦମ୍ପତିଙ୍କ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ବନାଇ ବିକ୍ରି କଲେ

ନୂଆଦିଲ୍ଲୀ: ହୋଟେଲ ରୁମ୍‌ରେ କ୍ୟାମେରା ଲଗାଇ ଅଶ୍ଲୀଳ ଭିଡ଼ିଓ ରେକର୍ଡ଼ କରିବା କିଛି ନୂଆ କଥା ନୁହେଁ। ଏଭଳି ବହୁ ଘଟଣା ଆଗରୁ ଘଟି ସାରିଥିବା ବେଳେ ଏ ନେଇ ସଚେତନ ରହିବା ପାଇଁ ହୋଟେଲ ଯାଉଥିବା ସବୁ ଲୋକମାନଙ୍କୁ କୁହା ଯାଇସାରିଛି । ଏତେ ସବୁ ସଚେତନତା ସତ୍ତ୍ୱେ ଚୀନରେ ଏକ ଏଭଳି ଘଟଣା ଘଟିଛି ଯାହା ପ୍ରସାର ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତ ମାର୍ଚ୍ଚ ମାସରେ ଦୁଇଟି ରୁମ୍‌ ବୁକ୍‌ କରିଥିବା ଚାଇନିଜ୍‌ ଯୁବକ ଜଣଙ୍କ ହୋଟେଲ ରୁମ୍‌ ଭିତରେ ସ୍ପାଏ କ୍ୟାମ୍‌ ଲଗାଇ ଦମ୍ପତିମାନଙ୍କର ଅନ୍ତରଙ୍ଗ ମୂହୁର୍ତ୍ତକୁ ରେକର୍ଡ଼ କରୁଥିବା ଖବର ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ହୋଟେଲ ଆସି ଦୁଇଟି ରୁମ୍‌ ବୁକ୍‌ କରିଥିଲେ । ରୁମ୍‌ରେ କିଛି ଦିନ ରହିବା ଭିତରେ ସେ ଦୁଇଟି ରୁମ୍‌ରେ ଦୁଇଟି ସ୍ପାଏ କ୍ୟାମେରା ଲଗାଇଥିଲେ । ହୋଟେଲରୁ ଚେକ୍‌ ଆଉଟ୍‌ କରିବା ପରେ ଆଉ ଯେଉଁ ଦମ୍ପତି ସେ ରୁମ୍‌କୁ ରହିବାକୁ ଆସିଥିଲେ ସେମାନଙ୍କର ଅନ୍ତରଙ୍ଗ ଦୃଶ୍ୟର ଭିଡ଼ିଓ ବନାଇ ବିକ୍ରି କରିବା ସହ ଟଙ୍କା ଆୟ କରୁଥିଲା ଅଭିଯୁକ୍ତ । କିଛି ଦିନ ତଳେ ଜଣେ ଦମ୍ପତି ସେ ରୁମ୍‌କୁ ରହିବା ପାଇଁ ଆସିଥିବା ବେଳେ ରୁମ୍‌ ଛାତରେ ଏକ କଣା ଥିବା ଦେଖିଥିଲେ । ଏହି କଣାକୁ ଦମ୍ପତି ଭଲ ଭାବରେ ଦେଖିବା ପରେ ଭିତରେ କ୍ୟାମେରା ଥିବା ଜାଣି ପାରିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । କ୍ୟାମେରାକୁ ରିମୋଟ୍‌ ମାଧ୍ୟମରେ ଅପରେଟ୍‌ କରାଯାଉଥିବାରୁ ଏହାକୁ ଲଗାଇଥିବା ଅଭିଯୁକ୍ତକୁ କୌଣସି ଅସୁବିଧା ହୋଇ ନଥିଲା । ଏ ନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ପଚାଯିବା ପରେ ମାର୍ଚ୍ଚ ମାସରେ ଜଣେ ଯୁବକ ଏହି ଦୁଇଟି ରୁମ୍‌ ବୁକ୍‌ କରିଥିଲେ ଏବଂ ସେ ହିଁ ଏପରି କରିଥିବେ ବୋଲି ହୋଟେଲ ତରଫରୁ କୁହାଯାଇଥିଲା ।

Business Insider

ଏହା ଶୁଣି ଯୁବକଙ୍କ ଠିକଣା ନେଇ ତାଙ୍କ ଘରେ ଚଢ଼ଉ କରିବା ପରେ ୩ ଟେରାବାଇଟ୍‌ର ଭିଡ଼ିଓ ଜବତ କରିଥିଲା ପୁଲିସ । ଏହା ସହ ଅଭିଯୁକ୍ତ ଜଣଙ୍କ ଏହି ଭିଡ଼ିଓକୁ ଅନ୍‌ଲାଇନ୍‌ ବିକ୍ରି କରି ଟଙ୍କା ମଧ୍ୟ ଆୟ କରୁଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ । ସବୁ ସତ ବାହାରକୁ ଆସିବା ପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର