ଦୁଇକିଲୋରୁ ଅଧିକ ସୁନା ପିନ୍ଧି ଗାଡ଼ି ଚଲାଉଥିବା କାର ଚାଳକ ଗିରଫ

ଦେବାସ: ଦୁଇ କିଲୋରୁ ଅଧିକ ଓଜନର ସୁନା ଆଭୂଷଣ ପିନ୍ଧି ଗାଡ଼ି ଚଳାଉଥିବା ଜଣେ କାର ଚାଳକଙ୍କୁ ନିର୍ବାଚନ ଫ୍ଲାଇଂ ସ୍କ୍ଵାର୍ଡ ମଧ୍ୟପ୍ରଦେଶର ଦେବାସରୁ ବୁଧବାର ଅପରାହ୍ନରେ ଗିରଫ କରିଛି। ଏହି ବ୍ୟକ୍ତି ନିଜ କାର୍‌ରେ ଝାନ୍‌ସୀରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ସେ ଗଳାରେ ଦୁଇଟି ମୋଟା ଚେନ୍‌, ହାତରେ ବ୍ରେସ୍‌ଲେଟ, ଘଡ଼ି ଓ ମୁଦି ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଦେବାସର ରସୁଲପୁର ବାଏପାସ୍‌ ଚୌରାହାରେ ଗିରଫ ହୋଇଥିବା ଏହି ବ୍ୟକ୍ତି ନିଜ ନାମ ଲୁଇସ୍‌ ପାଲ୍‌ ବୋଲି ଜଣାପଡ଼ିଛି। ସେ ତାଙ୍କ ୁ ଏମ୍‌ଏଚ୦୨ ସିଏମ୍‌ ୬୪୬୫ କାରରେ ଝାନ୍‌ସୀରୁ ମୁମ୍ବାଇ ଯାଉଥିବା ବେଳେ ନିର୍ବାଚନ ଫ୍ଲାଇଂ ସ୍କ୍ଵାର୍ଡ ହାତରେ ଧରାପଡ଼ିଥିଲେ। ତାଙ୍କୁ ଫ୍ଲାଇଂ ସ୍କ୍ଵାର୍ଡ ବିଚାରବିଭାଗୀୟ ହେପାଜତକୁ ନେଇ ଆୟକର ବିଭାଗକୁ ହସ୍ତାନ୍ତର କରି ଦେଇଛି।

ସେଠାରେ ତାଙ୍କର ଆଭୂଷଣର ବିଲ୍‌ ମଗାଯାଇଥିଲା। ଏଠାରେ ଆମେ କହି ରଖୁଛୁ କି, ନିର୍ବାଚନ ସମୟରେ ମହିଳାଙ୍କୁ କେବଳ ୫୦୦ ଗ୍ରାମ୍‌ ଓ ପୁରୁଷଙ୍କୁ କେବଳ ୨୫୦ଗ୍ରାମ୍‌ ସୁନାର ଆଭୂଷଣ ପିନ୍ଧିବାର ଅନୁମତି ରହିଛି। ତେବେ ଏହି ପ୍ରସଙ୍ଗରେ ଗିରଫ ହୋଇଥିବା ଲୁଇସ୍‌ ପାଲ୍‌ ଦୁଇ କିଲୋରୁ ବି ଅଧିକ ସୁନା ପିନ୍ଧିଥିଲେ। କଷ୍ଟମ ବିଭାଗର ଅଧିକାରୀ ସମସ୍ତ ଆଭୂଷଣର ବିଲ୍‌ ଦେଖି ତାଙ୍କୁ ଯିବାକୁ ଦେଇଥିଲେ କିନ୍ତୁ ଆୟକର ବିଭାଗର ଯାଞ୍ଚ ଏବେ ବି ଚାଲିଛି।

ସମ୍ବନ୍ଧିତ ଖବର