ସମ୍ମାନ ପାଇଁ ବିଚ୍ଛେଦ: ସ୍ୱାମୀ ‘କାଳୀ’ କହିବାରୁ ଛାଡ଼ପତ୍ର ଦେଲେ ସ୍ତ୍ରୀ

ଚଣ୍ଡିଗଡ଼: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦେଶର ନ୍ୟାୟପାଳିକା ଭିନ୍ନ ଭିନ୍ନ ତରିକାରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି। କିଛି ରାୟ ଏମିତି ଥାଏ, ଯାହାକୁ ଶୁଣିବା ପରେ ମନକୁ ଶାନ୍ତି ମିଳେ। ଏକ ଅଗ୍ରଣୀ ଜାତୀୟ ଗରମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ, ହରିୟାଣାର ମହେନ୍ଦ୍ରଗଞ୍ଜ ନାମ୍ନୀ ଜଣେ ମହିଳାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ବର୍ଣ୍ଣ ଏବଂ ଖାଦ୍ୟ ବନାଇ ନପାରିବା ପଣରେ ଅତିଶୟ ହୋଇ ବାରମ୍ବାର ଖୁଣ୍ଟା ଦେଉଥିଲେ। ଜଣେ ମହିଳାଙ୍କୁ ତାଙ୍କ ଶାରୀରିକ ରଂଗ ନେଇ ଦୁଃଖ ହେବା ଭଳି କଥା କହିଥିବା ଅଭିଯୋଗରେ କୋର୍ଟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଛାଡ଼ପତ୍ର ମଞ୍ଜୁର କରିଛନ୍ତି।

କୋର୍ଟ ପୂରା ଘଟଣାକୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଲେ ଯେ ପୁରୁଷ ଜଣକ ତାଙ୍କ ପତ୍ନୀକୁ କେବଳ ମାନସିକ ଭାବେ ନୁହେଁ, ଶାରୀରିକ ନିର୍ଯାତନା ବି ଦେଉଥିଲେ। ମହିଳାଙ୍କ ସ୍ୱାମୀ ବିବାହ ହେବା ପରଠାରୁ ରୀତିମତ ଭାବେ ତାଙ୍କ ଶାରୀରିକ ରଂଗକୁ ଆକ୍ଷେପ କରି ତାଙ୍କୁ ‘କାଳୀ’ ବୋଲି କହୁଥିଲେ। ବାରମ୍ବାର ଅପମାନ ସହିବା ପରେ ୨୦୧୨ ମସିହାରେ ମହିଳା ଜଣକ ଶଶୁରଘର ଛାଡ଼ି ତାଙ୍କ ବାପଘରକୁ ଛାଡ଼ି ଚାଲି ଯାଇଥିଲେ। ମହିଳାଙ୍କ ବାପା ସଲାସୁତୁରା ପାଇଁ ଶଶୁରଘର ଲୋକଙ୍କ ସହ କଥା ହୋଇଥିଲେ ବି ସେମାନେ ତାଙ୍କ କଥା ଶୁଣିନଥିଲେ। ଓଲଟା ନିଜ ପୁଅକୁ ପୁନଶ୍ଚ ବିଭା ଦେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର