୩୫ ବର୍ଷୀୟ ପତ୍ନୀ, ୩୮ ବର୍ଷୀୟ ପ୍ରେମିକଙ୍କୁ ଜିଅନ୍ତା ଜାଳିଦେଲେ ସ୍ୱାମୀ

ନେଲୋର: ପତ୍ନୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରୁଥିଲେ ସ୍ୱାମୀ। ଆଉ ଏହି ସାନ୍ଦେହରୁ ସେ ପତ୍ନୀଙ୍କ ଠାରୁ ଅଳଗା ରହୁଥିଲେ। ଦିନେ ପତ୍ନୀଙ୍କ ସହିତ ତାଙ୍କ ପ୍ରେମିକ ଘର ଭିତରେ ଥିବା ସୂଚନା ପାଇ ବେଶ କ୍ରୋଧରେ ଜଳି ଉଠିଥିଲେ ସ୍ୱାମୀ। ଶେଷର ଉଭୟ ୩୫ ବର୍ଷୀୟ ପତ୍ନୀ ଓ ତାଙ୍କ ୩୮ ବର୍ଷିୟ ପ୍ରେମିକ ପତ୍ନୀଙ୍କ ଚାଳ ଛପର ଘର ଭିତରେ ଥିବା ବେଳେ ବାହାର ପଟୁ କବାଟ ଦେଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ସ୍ୱାମୀ। ନିଆଁ ଲଗାଇ ି ସ୍ୱାମୀ ଫେରାର ହୋଇଯାଇଥିିବା ବେଳେ ଗାଁ ଲୋକଙ୍କ ଆଗରେ ଜିଅନ୍ତା ଜଳିଗଲେ ପତ୍ନୀ ଓ ତାଙ୍କ ପ୍ରେମିକ। ଏପର ଏକ ଘଟଣା ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।


ନେଲୋର ଜିଲ୍ଲା ମୁଥୁକୁରା ଥାନା ଅଧିକାରୀ କେ ଶମ୍ଭାଶିବାରାଓଙ୍କ ଠାରୁ ପ୍ରକାଶ ଯେ, ମୁଥୁକୁରା ଥାନା ଅନ୍ତର୍ଗତ କୋଲାମିଟ୍ଟା ଗାଁର ଏମ ହରିବାବୁ (୩୮ ବର୍ଷ) ଓ ଏମ କବିତା(୨୫ ବର୍ଷ)ଙ୍କ ମଧ୍ୟରେ ପ୍ରାୟ ୨୦ ବର୍ଷ ତଳେ ବିବାହ ହୋଇଥିଲା। ସେମାନଙ୍କର ଦୁଇ ଝିଅ। ବଡ଼ ଝିଅର ନିକଟରେ ବିବାହ ହୋଇ ଯାଇଛି। ତେବେ ଏମ କବିତାଙ୍କର ନିକଟସ୍ଥ ଗାଁର ଚିଙ୍ଗୁଡ଼ି ବ୍ୟବସାୟୀ ନନ୍ନମ ଶ୍ରୀନିବସ(୩୮ ବର୍ଷ)ଙ୍କ ସହିତ ଗତ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଏମ ହରିବାବୁ ସନ୍ଦେହ କରିଥିଲେ। ପତ୍ନୀଙ୍କ ଏହି ପରକୀୟା ପ୍ରୀତିରୁ ଉଭୟ ପତିପତ୍ନୀ ଅଲଗା ରହୁଥିଲେ। ହରିବାବୁ ନିଜ ବାପା ମାଆଙ୍କ ପାଖରେ ରହୁଥିବା ବେଳେ ଏମ କବିତା ସେହି ଗାଁର ଏକ ଚାଳ ଘର କରି ରହୁଥିଲେ। ଦୁହେଁ ଅଲଗା ରହୁଥିଲେ ମଧ୍ୟ କବିତାଙ୍କ ସହିତ ଅନ୍ୟ ଜଣେ ପୁରୁଷର ସମ୍ପର୍କକୁ ସହି ପାରୁ ନ ଥିଲେ ହରିବାବୁ। ତେଣୁ ଗତକାଲି ଯେତେବେଳେ ଶ୍ରୀନିବାସ କବିତାଙ୍କ ଘରକୁ ଆସିଥିବା ଜାଣିଲେ, ହରିବାବୁ ପେଟ୍ରୋଲ ସହିତ ସେଠାରେ ପହଞ୍ଚିଥିଲେ। ଘର ଭିତରେ କବତା ଓ ଶ୍ରୀନିବାସ ଥିବାବେଳେ ବାହାରପଟୁ ତାଲା ପକାଇ ହରିବାବୁ ଏଥିରେ ପ୍ରେଟୋଲ ଢ଼ାଳି ଘରେ ନିଆଁ ଲଗାଇ ଦେଇଥିଲେ। ଏହି ନିଆଁକୁ ଗାଁ ଲୋକେ ଲିଭାଇ ନ ପାରି ଦମକଳକୁ ଖବର ଦେଇଥିଳେ।ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ବେଳକୁ ଘର ଭିତରେ କବିତା ଓ ଶ୍ରୀନିବାସ ଜୀବନ୍ତି ଜଳି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର