ଅବସରପ୍ରାସ୍ତ ଆଇଏଏସ୍‌ ଅଫିସର୍‌ ୧୦ କୋଟି ଟଙ୍କାର ପୁରୁଣା ନୋଟ୍‌ ବଦଳାଇବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ ଛାଡ଼ିଗଲେ ମୃତକ

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫର୍‌ନଗରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ଅନ୍ୟ ଜଣେ ଲୋକଙ୍କୁ ଜୋର୍‌ଜବରଦସ୍ତ ୧୦ କୋଟି ଟଙ୍କାର ପୁରୁଣା ନୋଟ୍‌ ବଦଳାଇବା ପାଇଁ ବାଧ୍ୟ କରିବାରୁ ବ୍ୟକ୍ତି ଜଣକ ଚାପରେ ଆସି ନିଜକୁଗ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରାଯାଇଥିବା ପିସ୍ତଲକୁ ପୁଲିସ୍‌ ଜବତ କରିଛି।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁଗାର୍‌ ମିଲ୍‌ର ପୂର୍ବତନ ପରିଚାଳକ ବିଜୟ ସିଂହ। ଅବସରପ୍ରାସ୍ତ ଆଇଏଏସ୍‌ଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହୋଇ ସେ ଏପରି କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି।

ଘଟଣାଟି ଆଦର୍ଶ ମାଣ୍ଡି ପୁଲିସ୍‌ ଥାନା ଅଧିନରେ ଥିବା ବଧେବ ଗ୍ରାମରେ ଗତ ସଂଧ୍ୟାରେ ଘଟିଥିବାର ଜାଣିବାକୁ ମିଳିଛି। ସିଂହ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ୍‌ ନୋଟ ଛାଡ଼ିଯିବା ପରେ ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସିଛି। ଏହି ସୁଇସାଇଡ୍‌ ନୋଟ୍‌ର ଯାଞ୍ଚ୍‌ ପାଇଁ ଏହାକୁ ହସ୍ତାକ୍ଷର ବିଶେଷଜ୍ଞଙ୍କ ପାଖକୁ ପଠାଯାଇଛି।

ସୁଇସାଇଟ୍‌ ନୋଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ପୂର୍ବରୁ ସିଂହ ୫୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଚାପରେ ଆସି ବଦଳାଇ ସାରିଛନ୍ତି। ତା ସତ୍ତ୍ୱେ ବି ଆଇଏଏସ୍‌ ଅଧିକାରୀ ଜଣକ ପୁଣିଥରେ ତାଙ୍କୁ ସେହି କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ।

ସମ୍ବନ୍ଧିତ ଖବର