ଜେଲ୍ରେ ୮ବର୍ଷ ରହିବା ପରେ ସ୍ତ୍ରୀକୁ ହତ୍ୟା କରି କେଉଁଠି ପୋଡ଼ିଥିଲା ତାହା ପୁଲିସକୁ ଜଣାଇଲା ସ୍ୱାମୀ,କହିବା ପୂର୍ବରୁ ରଖିଲା ଏହି ସର୍ତ୍ତ
ନୂଆଦିଲ୍ଲୀ : ୨୦୧୦ରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଥିଲା । କିନ୍ତୁ ସ୍ତ୍ରୀକୁ ମାରି ସେ କେଉଁଠି ପୋଡ଼ିଥିଲେ ବୋଲି ପଚରାଯିବା ପରେ ପୁଲିସକୁ କୌଣସି ସୂଚନା ଦେଇ ନଥିଲା ଅଭିଯୁକ୍ତ ସ୍ୱାମୀ । ପୁଲିସ ନିଜ ତରଫରୁ ତଦନ୍ତ କରି ମଧ୍ୟ ନିରାଶ ହୋଇଥିଲା । ଘଟଣାକୁ ୮ବର୍ଷ ବିତିବା ପରେ ଜେଲ୍ରେ ଥିବା ଅଭିଯୁକ୍ତ ସ୍ୱାମୀ ଅକ୍ଟୋବର ୨୨ରେ ସୂଚନା ଦେବା ପାଇଁ ରାଜି ହୋଇଥିଲା । କିନ୍ତୁ ସ୍ତ୍ରୀକୁ କେଉଁଠି ପୋଡ଼ିଥିଲା ତାହା ଜଣାଇବା ପୂର୍ବରୁ ସେ ପୁଲିସ ଆଗରେ ଏକ ସର୍ତ୍ତ ରଖିଥିଲା । ଯାହାକୁ ପୂରା କରାଯିବା ପରେ ହିଁ ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ପୁଲିସକୁ ଘଟଣା ବିଷୟରେ ସବୁ ଜଣାଇବା ପାଇଁ ଏକ୍ସବକ୍ସ ଗେମ୍ ଦେବା ପାଇଁ ସର୍ତ୍ତ ରଖିଥିଲା । ଏକ୍ସବକ୍ସ ଗେମ୍ ସହ ଆହୁରି ଅନେକ ସର୍ତ୍ତ ରଖିଥିଲେ ମଧ୍ୟ ତାହାକୁ ପୂରା କରାଯାଇ ନଥିଲା । କିନ୍ତୁ ୮ବର୍ଷ ଧରି ଚାଲି ଆସୁଥିବା ଏହି ମାମଲାର ସମାଧାନ କରିବା ପାଇଁ ପୁଲିସକୁ ବାଧ୍ୟ ହୋଇ ଅଭିଯୁକ୍ତ ଡ଼ୌଗ୍ ଷ୍ଟିଓ୍ଵର୍ଟଙ୍କୁ ଏକ୍ସବକ୍ସ ଦେବାକୁ ପଡ଼ିଥିଲା । ଯାହା ପରେ ସେ ନିଜ ସ୍ତ୍ରୀ ଭେନସ୍ ଷ୍ଟିଓ୍ଵର୍ଟଙ୍କୁ ହତ୍ୟା କରି ତାଙ୍କ ବାପ ଘର ପଛପଟେ ହିଁ ପୋଡ଼ି ଦେଇଥିଲେ ବୋଲି ଜଣାଇଥିଲେ । ପୁଲିସ ସେଠାକୁ ଯାଇ ତଦନ୍ତ କରିବା ପରେ ତାହା ସତ ବୋଲି ଜଣା ପଡ଼ିଥିଲା ।