ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ଶଳାଙ୍କ ନାଁରେ ନକଲି ଟ୍ଵିଟର ଆକାଉଣ୍ଟ ଖୋଲିଥିଲା ସ୍ୱାମୀ, ଦେଉଥିଲା ଗୌହାଟିକୁ ଉଡ଼ାଇ ଦେବାର ଧମକ

ଗୌହାଟି : ଆସାମର ନଗାଁଓରେ ଦେଖିବାକୁ ମିଳିଛି ପ୍ରତିଶୋଧର ଏକ ନୂଆ କାହାଣୀ । ସ୍ତ୍ରୀ ଘରୋଇ ଅତ୍ୟାଚାର ପାଇଁ ଅଭିଯୋଗ କରିବାରୁ ସ୍ୱାମୀ ନେଇଛି ପ୍ରତିଶୋଧ । ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ଶଳା ନାଁରେ ନକଲି ଟ୍ଵିଟର ଆକାଉଣ୍ଟ କରି ଧମକପୂର୍ଣ୍ଣ ପୋଷ୍ଟ ଲେଖୁଥିଲା ସ୍ୱାମୀ ।

ସୂଚନା ମୁତାବକ,ନଗାଁଓର ଢ଼ିଙ୍ଗରେ କମ୍ପ୍ୟୁଟର ଦୋକାନ କରିଥିବା ଇକ୍ରାମୁଲ ହକ୍‌ ଜାକିର ହୁସେନଙ୍କ ଭଉଣୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଇକ୍ରାମୁଲ ତାଙ୍କ ଉପରେ ଅତ୍ୟାଚାର କରିବାରୁ ସେ ଶାଶୁ ଘର ଛାଡ଼ି ଆସି ବାପ ଘରେ ରହୁଥିଲେ । ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ଇକ୍ରାମୁଲ ରାଗି ଯାଇ ନିଜ ଶଳା ଜାକିର ହୁସେନଙ୍କ ନାମରେ ଏକ ନକଲି ଟ୍ଵିଟର ଆକାଉଣ୍ଟ ଖୋଲିିଥିଲେ ।

CNN Money

ଏହି ଆକାଉଣ୍ଟ ଜରିଆରେ ଧମକପୂର୍ଣ୍ଣ ପୋଷ୍ଟ ଲେଖିବା ସହ ବମ୍‌ ବ୍ଲାଷ୍ଟ କରି ଗୌହାଟିକୁ ଉଡ଼ାଇବାକୁ ଧମକ ଦେଇଥିବାରୁ ରବିବାର ତାଙ୍କୁ ଗିରଫ କରିଛି ପୁଲିସ । ନିଜ ଶଳା ଜାକିର ହୁସେନଙ୍କ ଫଟୋକୁ ଏଡ଼ିଟ୍‌ କରି ନକଲି ଟ୍ଵିଟର ଆକାଉଣ୍ଟରେ ରଖିବା ସହ ନାଁ ରଖିଥିଲେ @ChannelJakkir । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଗୌହାଟକୁ ବ୍ଲାଷ୍ଟ କରାଇବାକୁ ଧମକ ଦେବା ସହ ଅନେକ ଧମକପୂର୍ଣ୍ଣ ପୋଷ୍ଟ ଲେଖି ଟ୍ଵିଟ୍‌ କରୁଥିଲେ ଇକ୍ରାମୁଲ ହକ୍‌ । ଏ ନେଇ ତଦନ୍ତ କରିବା ପରେ ପ୍ରକୃତ ସତ ଜାଣି ପାରିଥିଲା ପୁଲିସ ।

ସମ୍ବନ୍ଧିତ ଖବର