ନିକୋ ପାର୍କ ସ୍ଥିତ ନାଳ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ବର : ନିକୋ ପାର୍କ ସ୍ଥିତ ନାଳ ନିକଟରୁ ଖା‌ରବେଳନଗର ଥାନା ପୁଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ମୃତକଙ୍କ ବୟସ ୩୫ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି।

ପୁଲିସ ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ନାଳ ପଟୁ ଦୁର୍ଗନ୍ଧ ଆସିଥିଲା। ଦୁର୍ଗନ୍ଧ ଏତେ ହୋଇଥିଲା ଯେ, ନିକଟରେ ଥିବା ଏକ ଘରୋଇ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ର କ୍ଲାସ ରୁମ୍‌ ଗୁଡ଼ିକରେ ପଢ଼ାଇବା ଅସମ୍ଭବ ହୋଇପଡ଼ିଥିଲା। କ’ଣ ଦୁର୍ଗନ୍ଧ ହେଉଛି ଭାବି ‌କର୍ମଚା‌ରୀ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ନାଳ ନିକଟରେ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଖାରବେଳନଗର ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପ୍ରୟ ସପ୍ତାହେ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ବ୍ୟବଚ୍ଛେଦ ରି ପୋର୍ଟ ଏବଂ ତାଙ୍କର ପରିଚୟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର